ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର ପ୍ରଦେଶ ନିର୍ବାଚନ ୨୦୨୨ର ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ସୋମବାର ୯ଟି ଜିଲ୍ଲାର ୫୫ ବିଧାନସଭା ଆସନ ପାଇଁ ମତଦାନ କରିଛନ୍ତି ଭୋଟର। ଦ୍ଵିତୀୟ ପର୍ଯ୍ୟାୟରେ ୬୦.୪୪ ପ୍ରତିଶତରୁ ଅଧିକ ମତଦନ ହୋଇଛି। ୯ ଜିଲ୍ଲା ସହାରନପୁର, ବିଜନୌର, ମୁରାଦାବାଦ, ସମ୍ଭଲ, ରାମପୁର, ଅମରୋହା, ବଦାୟୁଁ, ବରେଲି ଏବଂ ଶାହଜାହାଁପୁରର ୫୫ଟି ବିଧାନସଭା ଆସନ ପାଇଁ ମତଦାନ ଶେଷ ହୋଇଛି। ମୋଟ ୯ଟି ଜିଲ୍ଲାର ୫୮୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଭୋଟର।

ସହାରନପୁରରେ ୫୬.୭୦ ପ୍ରତିଶତ ମତଦନା କରାଯାଇଥିବାବେଳେ ବିଜନୌରରେ ୫୧.୭୯ ପ୍ରତିଶତ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର। ସେହିପରି ମୁରାଦାବାଦରେ ୫୬.୦୪ ପ୍ରତିଶତ, ସମ୍ଭଲରେ ୪୯.୧୧ ପ୍ରତିଶତ, ରାମପୁରରେ ୫୨.୭୪ ପ୍ରତିଶତ, ଅମରରୋହା ୬୦.୦୬ ପ୍ରତିଶତ, ବଦାୟୁରେ ୪୭.୭୨ ପ୍ରତିଶତ, ବରେଲିରେ ୫୦ ପ୍ରତିଶତ ଏବଂ ସାହାଜହାଁପୁରରେ ୪୬.୮୬ ପ୍ରତିଶତ ଭୋଟ ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।

ବିଜନୌର ଜିଲ୍ଲାର ବଢ଼ାପୁରରେ ୫୯.୮ ପ୍ରତିଶତ, ଚାନ୍ଦପୁରରେ ୬୨.୬ ପ୍ରତିଶତ, ଧାମପୁରରେ ୬୩.୯୪ ପ୍ରତିଶତ, ନଗିନାରେ ୬୧.୦୨ ପ୍ରତିଶତ, ନଜୀବାବାଦରେ ୫୯.୮୯ ପ୍ରତିଶତ, ନହଟୌରରେ ୫୯.୬ ପ୍ରତିଶତ ଏବଂ ନୂରପୁରରେ ୬୩.୩ ପ୍ରତିଶତ ମତଦାନ ସାବ୍ୟସ୍ତ କରିଛନ୍ତି ଭୋଟର।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଗତ ୧୦ ତାରିଖ ୧୧ଟି ଜିଲ୍ଲାର ମୋଟ ୫୮ଟି ବିଧାନସଭା ଆସନ ଲାଗି ନିର୍ବାଚନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୭.୭୯ ପ୍ରତିଶତ ଊର୍ଦ୍ଧ୍ଵ ମତଦାନ ହୋଇଥିଲା। ଦ୍ଵିତୀୟ ପର୍ଯ୍ୟାୟ ୬୦.୪୪ ପ୍ରତିଶତ ମତଦାନ କରାଯାଇଛି। ଆସନ୍ତା ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ, ୨୩ ତାରିଖ ଚତୁର୍ଥ ପର୍ଯ୍ୟାୟ, ୨୭ ତାରିଖ ପଞ୍ଚମ ପର୍ଯ୍ୟାୟ, ମାର୍ଚ୍ଚ ୩ ତାରିଖ ଷଷ୍ଠ ପର୍ଯ୍ୟାୟ ଏବଂ ଓ ମାର୍ଚ୍ଚ ୭ ତାରିଖ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ନର୍ବାଚନ ଫଳାଫଳ ଘୋଷଣା କରାଯିବ।

Comment