ଓଡ଼ିଶାଲାଇଭ ବ୍ୟୁରୋ

 

ବଲିଉଡର ବହୁ ପ୍ରତିଭାବାନ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦାଦାସାହେବ ଫାଲକେ ପୁରସ୍କାର । ସେହିପରି ଆଶା ପାରେଖଙ୍କୁ ଫିଲ୍ମ ଉଦ୍ଦ୍ୟୋଗରେ ସର୍ବତ୍କୃଷ୍ଟ ଅବଦାନ ପାଇଁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି।

ମାୟାନଗରୀ ମୁମ୍ବାଇରେ ରବିବାର ଅନୁଷ୍ଠିତ ହୋଇଯାଇଛି ପ୍ରତିଷ୍ଠିତ ଦାଦା ସାହେବ ଫାଲକେ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେୟାର ଆୱାର୍ଡ ୨୦୨୨ କାର୍ଯ୍ୟକ୍ରମ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସିନେମା ଜଗତର ସର୍ବୋତ୍ତମ କଳାକାର ଏବଂ ଚଳଚ୍ଚିତ୍ରଗୁଡ଼ିକୁ ଦାଦା ସାଦେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି। ସିନେମାଠୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ମନୋରଞ୍ଜନ ଜଗତର ସର୍ବୋତ୍ତମ କାର୍ଯ୍ୟକୁ ପ୍ରଶଂସା କରି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି।

ମୁମ୍ବାଇର ତାଜ ଲ୍ୟାଡସ୍ ଏଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭେଟେରାନ ଅଭିନେତ୍ରୀ ଆଶା ପାରେଖ, ଲାରା ଦତ୍ତା, ରଣବୀର ସିଂ, ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାନୀଙ୍କ ସମେତ ବହୁ କଳାକାର ଯୋଗ ଦେଇଥିଲେ। ଅଭିନେତା ଆହନ ଶେଟ୍ଟୀ, ସତିଶ କୌଶିକ ଓ ସନ୍ୟା ମାଲହୋତ୍ରା ବି ସାମିଲ ହୋଇଥିଲେ। ଲକି ଅଲ୍ଲୀ ‘ଓ ସନମ’ ଗୀତରେ ସଙ୍ଗୀତ ପରିବେଷଣ କରିଥିଲେ। ଆଶା ପାରେଖଙ୍କୁ ଚଳଚ୍ଚିତ୍ର ଜଗତରେ ସର୍ବତ୍କୃଷ୍ଟ ଅବଦାନ ପାଇଁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି।

ରଣବୀର ସିଂହ ଏବଂ କ୍ରିତି ସାନନ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ

ବଲିଉଡର ଖୁବ ପ୍ରତିଭାଶାଳୀ ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି। ରଣବୀରଙ୍କୁ ଚଳଚ୍ଚିତ୍ର ‘୮୩’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଚୟନ କରାଯାଇଛି। ଏହି ଚଳଚିତ୍ରରେ ରଣବୀରଙ୍କ ଲୁକ୍ ଏବଂ ତାଙ୍କ ଅଭିନୟକୁ ଆଜି ପର୍ଯ୍ୟନ୍ତ ପ୍ରଶଂସା କରାଯାଉଛି। ସେହିପରି କ୍ରିତି ସାନନଙ୍କୁ ତାଙ୍କ ଚଳଚ୍ଚିତ୍ର ‘ମିମି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଚଳଚ୍ଚିତ୍ରରେ ସେ ସରୋଗେଟ ମାଆର ଚରିତ୍ରରେ ଅଭିନୟ କରିଥିଲେ।

ଫିଲ୍ମ ଅଫ୍ ଦ ଇୟର ‘ପୁଷ୍ପା: ଦ ରାଇଜ’-

ଦେଶବ୍ୟାପୀ ଧୁମ ମଚାଇଥିବା ଦକ୍ଷିଣ ଭାରତୀୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ’ ଦାଦା ସାହେବ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମଧ୍ୟ ଖୁବ ପ୍ରଶଂସା ସାଉଁଟିଛି। ଅଲ୍ଲୁ ଅର୍ଜୁନଙ୍କ ଅଭିନିତ ଏହି ଫିଲ୍ମ ଚଳିତ ବର୍ଷର ‘ଫିଲ୍ମ ଅଫ୍ ଦ ଇୟର’ ଭାବେ ମନୋନିତ ହୋଇଛି।

ବିଜେତାମାନଙ୍କ ତାଲିକା

ଫିଲ୍ମ ଅଫ ଦ ଇୟର – ପୁଷ୍ପା: ଦ ରାଇଜ

ଶ୍ରେଷ୍ଠ ଅଭିନେତା – ‘୮୩’ ଚଳଚ୍ଚିତ୍ର ପାଇଁ ରଣବୀର ସିଂହ

ଶ୍ରେଷ୍ଠ ଅଭିନେତ୍ରୀ – ‘ମିମି’ ଚଳଚ୍ଚିତ୍ର ପାଇଁ କ୍ରିତି ସାନନ

କ୍ରିଟିକ୍ସଙ୍କ ମଧ୍ୟରେ ଶ୍ରେଷ୍ଠ ଚଳଚ୍ଚିତ୍ର – ସରଦାର ଉଦ୍ଧମ ସିଂହ

କ୍ରିଟିକ୍ସଙ୍କ ମଧ୍ୟରେ ଶ୍ରେଷ୍ଠ ଅଭିନେତା – ‘ଶେରସାହା’ ଚଳଚ୍ଚିତ୍ର ପାଇଁ ସିଦ୍ଧାର୍ଥ ମଲହୋତ୍ରା

କ୍ରିଟିକ୍ସଙ୍କ ମଧ୍ୟରେ ଶ୍ରେଷ୍ଠ ଅଭିନେତ୍ରୀ – ‘ଶେରସାହା’ ଚଳଚ୍ଚିତ୍ର ପାଇଁ କିଆରା ଆଡଭାନୀ

ଶେଷ୍ଠ ଚଳଚିତ୍ର – ଶେରସାହା

ଶ୍ରେଷ୍ଠ ନିର୍ଦ୍ଦେଶକ – କେନ ଘୋଷ

ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଯୋଗଦାନ – ଆଶା ପାରେଖ

ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା – ସତୀଶ କୌଶିକ୍

ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ – ଲାରା ଦତ୍ତା

ଖଳନାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା – ଆୟୁଷ ଶର୍ମା

ଦର୍ଶକଙ୍କ ଦ୍ଵାରା ପସନ୍ଦ କରାଯାଇଥିବା ଶ୍ରେଷ୍ଠ ଅଭିନେତା – ଅଭିମନ୍ୟୁ ଦଶାନୀ

ଦର୍ଶକଙ୍କ ଦ୍ଵାରା ପସନ୍ଦ କରାଯାଇଥିବା ଶ୍ରେଷ୍ଠ ଅଭିନେତ୍ରୀ – ରାଧିକା ମଦାନ

ଶ୍ରେଷ୍ଠ ଡେବ୍ୟୁ – ଆହାନ ଶେଟ୍ଟୀ

ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଚଳଚ୍ଚିତ୍ର – ଅନାଦର ରାଉଣ୍ଡ

ଶ୍ରେଷ୍ଠ ଓ୍ଵେବ୍ ସିରିଜ୍ – କ୍ୟାଣ୍ଡୀ

ଶ୍ରେଷ୍ଠ ଓ୍ଵେବ୍ ସିରିଜ୍ ଅଭିନେତା – ମନୋଜ ବାଜପେୟୀ

ଶ୍ରେଷ୍ଠ ଓ୍ଵେବ୍ ସିରିଜ୍ ଅଭିନେତ୍ରୀ – ରବୀନା ଟଣ୍ଡନ

ଏ ବର୍ଷର ଟେଲିଭିଜନ ଧାରାବାହିକ- ଅନୁପମା

ଟେଲିଭିଜନ ଧାରାବାହିକର ଶ୍ରେଷ୍ଠ ଅଭିନେତା – ଶାହୀର ଶେଖ୍

ଟେଲିଭିଜନ ଧାରାବାହିକର ଶ୍ରେଷ୍ଠ ଅଭିନେତ୍ରୀ – ଶ୍ରଦ୍ଧା ଆର୍ଯ୍ୟ

ଟେଲିଭିଜନ ଧାରାବାହିକର ଶ୍ରେଷ୍ଠ ପ୍ରୋମିସିଂ ଅଭିନେତ୍ରୀ – ରୁପାଲୀ ଗାଙ୍ଗୁଲୀ

ଟେଲିଭିଜନ ଧାରାବାହିକର ଶ୍ରେଷ୍ଠ ପ୍ରୋମିସିଂ ଅଭିନେତା – ଧୀରଜ ଧୁପର

ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର – ପୌଲୀ

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା – କନିକା କପୁର

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ – ବିଶାଳ ମିଶ୍ରା

ଶ୍ରେଷ୍ଠ ସିନେମାଟୋଗ୍ରାଫର – ଜୟକୃଷ୍ଣ ଗୁମ୍ମାଡୀ

Comment