ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ନିତୁ କପୁର, ଅଭିନେତା ବରୁଣ ଧଓ୍ୱନଙ୍କ ପରେ ଅଭିନେତ୍ରୀ କ୍ରୀତି ସାନନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଚଣ୍ଡିଗଡ଼ରୁ କୃତି ସନନ ଫେରିବା ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। କିନ୍ତୁ ଏନେଇ ଅଭିନେତ୍ରୀ କ୍ରୀତି ଏଯାଏଁ କୌଣସି ସୂଚନା ଦେଇନାହାନ୍ତି।

କ୍ରୀତି ତାଙ୍କର ଆଗାମୀ ଫିଲ୍ମର ସୁଟିଂ ପାଇଁ ଚଣ୍ଡିଗଡ଼ ଯାଇଥିଲେ। ଅଭିନେତା ରାଜ କୁମାର ରାଓଙ୍କ ସହିତ ଆସୁଥିବା ଏହି ଫିଲ୍ମର ସୁଟଂ ସାରି କ୍ରୀତି ଚଣ୍ଡିଗଡ଼ରୁ ଫେରିଥିଲେ।

ନିକଟରେ ବରୁଣ ଧଓ୍ୱନ, ନିତୁ କପୁର, ମନିଷ ପଲ ଓ ନିର୍ଦ୍ଦେଶକ ରାଜ ମେହେତା କରୋନା ପଜିଟିଭ୍‌ ହୋଇଛନ୍ତି।ଏହି କଳକାରମାନେ ଆଗାମୀ ଫିଲ୍ମ ‘ଜୁଗ୍‌ ଜୁଗ ଜିୟୋ’ର ସୁଟିଂ କରୁଥିଲେ।

Comment