ଓଡ଼ିଶାଲାଇଭ ବ୍ୟୁରୋ

ୟୁକ୍ରେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଭାରତ। ପ୍ରଥମ ପର୍ଯ୍ୟାୟରେ ୪୭୦ଜଣ ଛାତ୍ରଛାତ୍ରୀଙ୍କୁ ରୋମାନିଆ ବାଟ ଦେଇ ଭାରତ ଅଣାଯାଉଛି। ଏୟାର ଇଣ୍ଡିଆ ବିମାନ ଅପରାହ୍ନ ୪ଟାରେ ମୁମ୍ବାଇରେ ପହଞ୍ଚିବ ବୋଲି ସୂଚନା ରହିଛି।

ରାଜଧାନୀ କ୍ଵିବରେ ରୁଷର ଆକ୍ରମଣ ଜାରି ରହିଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟ ମାନେ ଭୋକ ଉପାସରେ ଦିନ କାଟୁଛନ୍ତି। ଲଗାତର ବିସ୍ପୋରଣ ଯୋଗୁଁ ମେଟ୍ରୋ ଷ୍ଟେସନ ଓ ବଙ୍କରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଭୟଭୀତ ଅବସ୍ଥାରେ ସେମାନେ ସେଠାରେ ରହୁଛନ୍ତି ଏବଂ ତାଙ୍କୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିନେବାକୁ ଭାରତ ସରକାରଙ୍କୁ ନିବେଦନ କରୁଛନ୍ତି।

ଇତି ମଧ୍ୟରେ ୟୁକ୍ରେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି ଭାରତ। ଭାରତ ସରକାରଙ୍କ ସ୍ୱତନ୍ତ୍ର ବିମାନରେ ପ୍ରଥମ ପର୍ଯ୍ୟାୟରେ ୪୭୦ଜଣ ଛାତ୍ରଛାତ୍ରୀଙ୍କୁ ରୋମାନିଆ ବାଟ ଦେଇ ଭାରତ ଅଣାଯାଉଛି । ରୋମାନିଆ ସୀମାରେ ପହଞ୍ଚିଥିବା ଏୟାର ଇଣ୍ଡିଆର ଏହି ବିମାନ ଅପରାହ୍ନ ୪ଟାରେ ମୁମ୍ବାଇରେ ପହଂଚିବ ବୋଲି ସୂଚନା ମିଳିଛି । ଭାରତୀୟଙ୍କୁ ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ସରକାର ବହନ କରିଛନ୍ତି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ୟୁକ୍ରେନରୁ ରୋମାନିଆ, ପୋଲାଣ୍ଡ ଓ ହଙ୍ଗେରୀ ବାଟ ଦେଇ ଏମାନଙ୍କୁ ଅଣାଯିବ। ନାଗରିକ ମାନଙ୍କୁ ପାଛୋଟି ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲରେ ଉପସ୍ଥିତ ରହିବେ।

କହିରଖୁଛୁ ଯେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ୟୁକ୍ରେନର ଅନେକ ସହର ଓ ବିମାନବନ୍ଦରକୁ ଧ୍ୱଂସ କରିଦେଇଛନ୍ତି। ଏହି କ୍ରମରେ ସେଠରେ ରହିଥିବା ହଜାର ହଜାର ଭାରତୀୟଙ୍କ ଜୀବନ ଏବେ ବିପଦରେ ପଡିଛି।

ୟୁକ୍ରେନର ଏୟାର ଲାଇନ୍ସ ବନ୍ଦ ହେବା ପୂର୍ବରୁ ୨୨ ଫେବୃଆରୀରେ ୟୁକ୍ରେନର ରାଜଧାନୀ କ୍ୱିବରୁ ଏକ ବିମାନରେ ୨୪୦ ଜଣ ଭାରତୀୟଙ୍କୁ ଉଦ୍ଧାର କରି ସ୍ୱଦେଶ ଅଣାଯାଇଥିଲା। ଏହାପରେ ୨୪ ଓ ୨୬ ଫେବୃଆରୀରେ ଦୁଇଟି ବିମାନ କ୍ୱିବ ଅଭିମୁଖେ ଯାତ୍ରା କରିବାକୁ ଥିବାବେଳେ ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା। ଏହି କାରଣରୁ ୟୁକ୍ରେନର ବିମାନବନ୍ଦର ଗୁଡିକୁ ରୁଷ ସେନା ପକ୍ଷରୁ ଦଖଲ କରାଯିବା ପରେ ଉଦ୍ଧାର ଅଭିଯାନ ବନ୍ଦ ହୋଇଥିଲା।

Comment