ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଶୁକ୍ରବାର ନବମ ଦିନରେ ଜାରି ରହିଛି। ଯୁଦ୍ଧ ଯୋଗୁଁ ଥରହର ହେଉଛି ୟୁକ୍ରେନ ଏବଂ ଆତଙ୍କିତ ଅବସ୍ଥାରେ ରହିଛନ୍ତି ୟୁକ୍ରେନ ବାସିନ୍ଦା। ଖାରକିଭ ସହରରେ ରହିଥିବା ଲୋକଙ୍କ ଘର ଉପରକୁ ଗୁଳି ବର୍ଷା କରୁଛନ୍ତି ରୁଷ ସେନା।

  • ନ୍ୟୁକ୍ଲିୟର ରିଆକ୍ଟର ଉପରେ ରୁଷ ସେନାଙ୍କ ଆକ୍ରମଣ, ୩ ୟୁକ୍ରେନ ସୈନିକଙ୍କ ମୃତ୍ୟୁ
  • ୟକ୍ରେନର ଖାରକିଭ ସହରରେ ଥିବା ଘର ଉପରେ ରୁଷ ସେନାଙ୍କ ଗୁଳି ବର୍ଷା
  • ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ମିଛ ଖବର ଦେଲେ ୧୫ ବର୍ଷ ଦଣ୍ଡ ମିଳିବ – ରୁଷ
  • ରୁଷର ତିନୋଟି ଜାହଜ କାବୁ କଲା ଫ୍ରାନ୍ସ
  • ୟୁକ୍ରେନର ଚର୍ନିହିଭ ସହରରେ ବିସ୍ଫୋରଣ, ମୋଟ ୪୭ ଜଣଙ୍କ ମୃତ୍ୟୁ
  • ୟୁକ୍ରେନର ଏନରଗୋଦର ସହରରେ ଭୟଙ୍କର ବିସ୍ଫୋରଣ
  • ପଡ଼ୋଶୀ ଦେଶ ସହ କୌଣସି ସମସ୍ୟା ନାହିଁ – ରୁଷ

  • ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ହତ୍ୟା କରିବାକୁ ତିନି ତିନି ଥର ଉଦ୍ୟମ ବିଫଳ
  • ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ୨୫ଟି ସ୍କୁଲ ଧ୍ଵଂସ କରିଛି ରୁଷ
  • ଏବେ ପର୍ଯ୍ୟନ୍ତ ଯୁଦ୍ଧରେ ୯ ହଜାରରୁ ଅଧିକ ରୁଷ ସେନାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କଲା ୟୁକ୍ରେନ
  • ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଅନଲାଇନ ହେଲପଲାଇନ ଏବଂ ସୂଚନା ପ୍ରଦାନ କରିବାକୁ ପରାମର୍ଶ ଦେଲେ ସୁପ୍ରିମ କୋର୍ଟ
  • ୟୁକ୍ରେନକୁ ବୁଲେଟ ପ୍ରୁଫ ଜ୍ୟାକେଟ ଦେବ ଜାପାନ
  • ରୁଷରେ ଫେସବୁକ ସମେତ ଅନେକ ମିଡିଆ ଓ୍ଵେବସାଇଟ ଅଚଳ
  • ୟୁକ୍ରେନସ୍ଥିତ ଜାପରିଜଝିଆ ପରମାଣ ପ୍ଲାଣ୍ଟ କବ୍ଜାକୁ ନେଲା ରୁଷ

  • ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରୁଷ-ୟୁକ୍ରେନରେ ଚାଲିଥିବା ଯୁଦ୍ଧ ରୋକିବାକୁ ନିବେଦନ କଲେ
  • ରୁଷ-ୟୁକ୍ରେନ ଯୁଦ୍ଧରେ ଗୁରୁତର ହୋଇଛନ୍ତି ଜଣେ ଭାରତୀୟ
  • ଆଇଏଇଏର ମହାନିର୍ଦ୍ଦେଶକ ୟୁକ୍ରେନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ
  • ପୋଲାଣ୍ଡରୁ ତିନିଦିନରେ ପ୍ରାୟ ୧,୪୦୦ ଭାରତୀୟ ନାଗରିକ ଦେଶକୁ ଫେରିଛନ୍ତି
  • ୟୁକ୍ରେନର ତିନୋଟି ସହରରେ ଆକାଶମାର୍ଗରୁ ଆକ୍ରମଣ କରିବାକୁ ଚେତାବନୀ ଦେଲା ରୁଷ
  • ୟୁକ୍ରେନର ଜାପରିଜଝୟା ପରମାଣୁ ଶକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ

Comment