ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ଶେଷ ହେବ ବିଧାନସଭା ବିଜେଟ ଅଧିବେଶନ। ଆଜି ଅଧିବେଶନର ଶେଷ ଦିନରେ ଗୃହରେ ବ୍ୟୟ ମଞ୍ଜୁରି ବିଲ ପାରିତ ହେବ। ଗତ ବୁଧବାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କାମଚଳା ବଜେଟ ଉପସ୍ଥାପନ କରିଥିଲେ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପିତ ହୋଇଥିଲା।

ଆଜି ଶେଷ ଦିନରେ ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି। ଜଳ ସମ୍ପଦ, ପର୍ଯ୍ୟଟନ, କ୍ରୀଡ଼ା ଓ ଯୁବ କଲ୍ୟାଣ, ସୂଚନା ଓ ଲୋକ ସମ୍ପର୍କ, ବାଣିଜ୍ୟ, ଓଡ଼ିଆ ଭାଷା, ସାଂହିତ୍ୟ ଓ ସଂସ୍କୃତି, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ପରିବହନ ବିଭାଗର ପ୍ରଶ୍ନ କାଳ ରହିଛି।

ଗତ ମାର୍ଚ୍ଚ ୨୫ ତାରିଖରୁ ଷୋଡ଼ଶ ବିଧାନସଭାର ୬ ଦିନିଆ ଅଧିବେଶନ ଆରମ୍ଭ ହୋଇଥିଲା। ଚଳିତ ଥର କୋଭିଡ କଟକଣା ମଧ୍ୟରେ ଚାଲିଥିଲା ବିଧାନସଭା ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ ଏବଂ ସୁରକ୍ଷା କର୍ମୀମାନଙ୍କର କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଥିଲା।

Tags: #OdishaAssembly #AssemblyBudgetSession2022 #InterimBugdet #FinanceMinister #NiranjanPujari

Comment