ଓଡ଼ିଶାଲାଇଭ୍ ବ୍ୟୁର

ଦିନକୁ ଦିନ ଅସହ୍ୟ କରୁଛି ତାତି। ସକାଳ ୧୦ଟା ପରେ ଆକାଶରୁ ନିଆଁ ବର୍ଷା ଅନୁଭୂତ ହେଉଛି। ଦିନବେଳେ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଗାଁଠୁ ସହର ଖରାରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସୋମବାର ନବରଙ୍ଗପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ତାପମାତ୍ରା ବୃଦ୍ଧି ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସୋନପୁର ପରେ ଏବେ ଭୁବନେଶ୍ଵର ରାଜ୍ୟର ତତଲା ସହର ପାଲଟିଛି। ଆହୁରି ୩ରୁ ୪ ଦିନ ତାପମାତ୍ରାରେ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। 

ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତୋଟି ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇବା ନେଇ ସତର୍କ କରାଯାଇଛି।

Tags: #Weather #Summer #HeatWave

Comment