ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାକୁ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୫୧୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୨୩୭ ଜଣ ରହିଛନ୍ତି। କୋଭିଡ ସଂକ୍ରମଣ ବଢ଼ିବାରୁ ରେଡ୍‌ ଜୋନକୁ ଫେରିଛି ରାଜଧାନୀ। ତେଣୁ ଭୁବନେଶ୍ଵରରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ ଧରାପଡ଼ିଲେ ଫାଇନ ଭରିବାକୁ ପଡ଼ିବ ବୋଲି କହିଛନ୍ତି ଭୁବନେଶ୍ଵର ମେୟର।

ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ଵରରେ କୋଭିଡ କଟକଣା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ଵର ମହାନଗର ନିଗମ ମେୟର ସୁଲୋଚନା ଦାସ। ଏହା ସହ ରାଜଧାନୀରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବାକୁ କହିବା ସହ ବିନା ମାସ୍କରେ ଧରାପଡ଼ିଲେ ଫାଇନ ଦେବାକୁ ପଡ଼ିବ ବୋଲି ମେୟର କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧୨ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୫୯ ଜଣ ରହିଛନ୍ତି। ୩୦୦ ଜଣ ସଂଗରୋଧ କେନ୍ଦ୍ରରୁ ରହିଥିବାବେଳେ ଲୋକାଲ କଣ୍ଟାକ୍ଟରୁ ରହିଛନ୍ତି ୨୧୨ ଜଣ। ରାଜ୍ୟରେ ସକ୍ରିୟ ମାମଲା ରହିଛି ମୋଟ ୨,୭୯୫ଟି।

Tags: #Covid19 #CoronaVirus #Mask #MaskUp #CovidGuideline

Comment