ଓଡ଼ିଶାଲାଇଭ୍ ବ୍ୟୁରୋ

ମେଲୋରା ବ୍ରାଣ୍ଡ ପକ୍ଷରୁ ଭୁବନେଶ୍ଵର ନେକ୍ସସ ଏସପ୍ଲାନେଡ ମଲରେ ଏହାର ନ୍ୟୁ-ଏଜ୍ ଏକ୍ସପେରିଏନ୍ସ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ଭୁବନେଶ୍ଵର ମହାନଗର ନିଗମ ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି।

ଏହି କେନ୍ଦ୍ରରେ ମହିଳାମାନଙ୍କ ଲାଗି ସମସ୍ତପ୍ରକାର ଲାଟେଷ୍ଟ ଅଳଙ୍କାର କଲେକ୍ସନ ରହିଛି। ଗ୍ରାହକମାନେ ଏଠାରୁ ହାଲୁକା, ସୂକ୍ଷ୍ମ, ଟ୍ରେଣ୍ଡି, ମଡ୍ୟୁଲାର ଏବଂ ଫେଶନେବଲ ସୁନା ଅଳଙ୍କାର କ୍ରୟ କରିପାରିବେ।ଭାରତର ମୋଟ୍ ୧୩ଟି ସ୍ଥାନରେ ମେଲୋରା ପକ୍ଷରୁ ଏଭଳି ଷ୍ଟୋର ଖୋଲାଯାଇ ଗ୍ରାହକମାନଙ୍କୁ ସେବା ପ୍ରଦାନ କରାଯାଉଛି। ଆଗକୁ ଦେଶରେ ଏହିଭଳି ୩୫୦ କେନ୍ଦ୍ରର ଶୁଭାରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଥିବା କମ୍ପାନି ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ଵରରେ ମେଲୋରା କେନ୍ଦ୍ରର ଶୁଭାରମ୍ଭ ଅବସରରେ କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ସରୋଜା ୟେରାମିଲି କହିଛନ୍ତି, “ମେଲୋରାରେ ସମସ୍ତ ପ୍ରକାର ହାଲୁକା ଏବଂ ଫେଶନେବଲ ଅଳଙ୍କାର କଲେକ୍ସନ ରହିଛି। ତେଣୁ ଗ୍ରାହକମାନେ ଏହି ଅଳଙ୍କାରକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ।”

Comment