ଓଡ଼ିଶାଲାଇଭ୍ ବ୍ୟୁରୋ

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ୨୦୨୨ ପରିପ୍ରେକ୍ଷୀରେ ଶୁକ୍ରବାର ଷ୍ଟାର୍ଟଅପ ଓଡ଼ିଶା ଇକୋସିଷ୍ଟମର ସେସନ ଆୟୋଜିତ ହେବ। ଏହା ଭୁବନେଶ୍ଵରସ୍ଥିତ ଓ-ହବରେ ସକାଳ ୧୦ଟା୩୦ରେ ଅନୁଷ୍ଠିତ ହେବ। ଓଡ଼ିଶାରେ ଷ୍ଟାର୍ଟଅପ ଇକୋସିଷ୍ଟମର ଅଗ୍ରଗତି, ଏଠାରେ ଷ୍ଟାର୍ଟଅପକୁ ମିଳୁଥିବା ସୁବିଧା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ଚକ୍ର କରାଯିବ।

ଏହି ସେସନରେ ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ, ଆଇଆଇଏମ ସମ୍ବଲପୁରର ଡାଇରେକ୍ଟର ମହାଦେବ ଜୈସୱାଲ୍ , ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଅଧ୍ୟକ୍ଷ ରଜିତା କୁଲକର୍ଣୀ ନିଜର ବକ୍ତବ୍ୟ ରଖିବେ। ଏହାସହ କର୍ନାଟକ ଡିଜିଟାଲ ଇକୋନୋମିକ ମିଶନର ସିଇଓ  ସଂଜୀବ କୁମାର ଗୁପ୍ତା, ନିଷ୍ଟ ବ୍ରହ୍ମପୁରର ଅଧ୍ୟକ୍ଷ ସୁଶାନ୍ତ କୁମାର ମହାପାତ୍ର, ଡେଲଏଟର ଡାଇରେକ୍ଟର ଅଜୟ କୁମାର ମହାନ୍ତି, ଇଣ୍ଡିଆ କ୍ୟାପିଟାଲର ସିଇଓ ରାଜ ମିଶ୍ର ଯୋଗ ଦେବେ।

Startup Story Ep-4 Nusrat

ଏହି ସେସନର ଶେଷ ଭାଗରେ ଲିପ ଟୁ ୟୁନିକର୍ନର ଏକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଠାରେ ହେଡଷ୍ଟାର୍ଟର ମୁଖ୍ୟ ବିନୟ ଡଙ୍ଗୱାଲ ଯୋଗ ଦେବେ। ଏହାପରେ ଷ୍ଟାର୍ଟଅପ ଓଡ଼ିଶା ଓ ଆଇଡିଏଫସି ବ୍ୟାଙ୍କ ମଧ୍ୟରେ ଏକ ଏମଓୟୁ ସ୍ଵାକ୍ଷର ହେବ।

tags:#MakeInOdishaConclave2022 #thirdday # StartupOdishaSession #StartupEcosystem #entrepreneurs #Odisha

Comment