ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନିଆ ରିମାଣ୍ଡରେ ନେବ ଇଡି। ଏଥିପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ। ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ମଙ୍ଗଳବାର ଦିନ ଭୁବନେଶ୍ଵର କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ। ଅନ୍ୟ ପକ୍ଷରେ ଆଜି କୋର୍ଟରେ ହାଜର ହେବା ପରେ ଅର୍ଚ୍ଚନା ନାଗଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି।

ଅର୍ଚ୍ଚନା ନାଗଙ୍କ ଆର୍ଥିକ ସାମ୍ରାଜ୍ୟର ଖୋଳତାଡ଼ କରୁଥିବା ଇଡି ଜଗବନ୍ଧୁଙ୍କୁ ୧୫ ଦିନ ପାଇଁ ଏବଂ ଅର୍ଚ୍ଚନା ନାଗଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା। କିନ୍ତୁ ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି କୋର୍ଟ। ଏହା ସହିତ ଅର୍ଚ୍ଚନା ନାଗଙ୍କୁ ଆଉ ୬ ଦିନ ରିମାଣ୍ଡରେ ନେବାକୁ ମଧ୍ୟ ଇଡିକୁ ଅନୁମତି ମିଳିଛି।

ଏହା ପୂର୍ବରୁ ଡିସେମ୍ବର ୬ ତାରିଖରେ ଅର୍ଚ୍ଚନା ନାଗଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେଇଥିଲା ଇଡି। ଚର୍ଚ୍ଚନା ନାଗ ବ୍ଲାକମେଲିଂ ଏବଂ ତାଙ୍କ ଆର୍ଥିକ ସାମ୍ରାଜ୍ୟ ସମ୍ପର୍କରେ ଖୋଳତାଡ଼ କରିବାକୁ ଅର୍ଚ୍ଚନାଙ୍କୁ ନିଆଯାଇଥିବାବେଳେ ସେ ତଦନ୍ତରେ ସହଯୋଗ କରିନଥିବା ଇଡି କୋର୍ଟଙ୍କୁ ଅବଗତ କରାଇଛି। ଜଗବନ୍ଧୁ ଚାନ୍ଦ ଏବଂ ଅର୍ଚ୍ଚନା ନାଗଙ୍କୁ ମୁହାଁମୁହିଁ ଜେରା କରି ଅନେକ ତଥ୍ୟ ଆଦାୟ କରିବାକୁ ପ୍ରୟାସ କରିବେ ଇଡି ଅଧିକାରୀ।

Tags: #ArchanaNaag #BlackmailingCase #BhubaneswarCourt #JagabandhuChand #EDRemand

Comment