ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ଅମିତ ଶାହ ପ୍ରଥମେ ଭଦ୍ରକ ଜିଲ୍ଲା ଆରଡିଠାରେ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ କରିବେ। ଏହାପରେ ଧାମନଗର ବିଧାନଭା ନିର୍ବାଚନମଣ୍ଡଳୀର ସାଆଁଳପୁର ପଡ଼ିଆରେ ସାଧାରଣ ସଭା କରିବା ସହିତ ସେଠାରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ।

ଅମିତ ଶାହ ଯୋଗ ଦେବାକୁଥିବା ଏହି ଜନସଭାରେ ୫୦ ହଜାରରୁ ଅଧିକ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭଦ୍ରକ ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ଏହି ଜନସଭାରେ ସାମିଲ ହେବେ ବୋଲି ଲେଖାଶ୍ରୀ ସୂଚନା ଦେଇଛନ୍ତି । ଭଦ୍ରକରେ ଜନସଭା କରିବା ପରେ ଭୁବନେଶ୍ୱରରେ ଆସିବେ ଶାହ। ଏଠାରେ ଦଳର ବରିଷ୍ଠ ନେତାଙ୍କ ସହିତ ଆଲୋଚନା ପରେ ସେହି ଦିନ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ।

Comment