ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ। ଏଥିପାଇଁ ପାଇଁ ସୁପାରିସ କରିଛି ରେଳବାଇ ବୋର୍ଡ। କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ଓ କେଉଁମାନେ ଏଥିରେ ଦାୟୀ ତାହାର ତଦନ୍ତ କରିବ ସିବିଆଇ। ଏନେଇ ରବିବାର ସନ୍ଧ୍ୟାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଘୋଷଣା କରିଛନ୍ତି।

“ରେଳବାଇ ବୋର୍ଡ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରାଯାଇଛି। ଏବେ ସିବିଆଇ ପକ୍ଷରୁ ଏହି ଘଟଣାର ବିସ୍ତୃତ ଯାଞ୍ଚ କରାଯିବ”, କହିଛନ୍ତି ଅଶ୍ଵିନୀ ବୈଷ୍ଣବ।

ସେ ଆହୁରି ମଧ୍ୟ କହିଛନ୍ତି, “ବାହାନଗା ଦୁର୍ଘଟଣା ପରେ ବାଲେଶ୍ଵର, ବାହାନଗା, ସୋର ଓ ଅନ୍ୟାନ୍ୟ ଅଞ୍ଚଳର କୋକମାନେ ରେଳବାଇ ପ୍ରଶାସନ ସହ ମିଶି ଉଦ୍ଧାର କାର୍ଯ୍ୟ କରିଥିଲେ। ଉଦ୍ଧାର କାର୍ଯ୍ୟ ସରିଥିବା ବେଳେ ୨ଟି ଟ୍ରାକ୍ ବିଛା ଯାଇଛି। ଏବେ ବିଦ୍ୟୁତ କାମ ଜାରି ରହିଛି। ବୁଧବାରଠାରୁ ଆମେ ଏହି ଲାଇନରେ ଟ୍ରେନ ଚଳାଚଳ କରିବାକୁ ଯୋଜନା ରଖିଛୁ।”

ଶୁକ୍ରବାର ରାତିରେ ହୋଇଥିବା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏ ଯାଏଁ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଏଥିରେ ୧୧୭୫ ଜଣ ଯାତ୍ରୀ ଆହତ ହୋଇଥିଲେ।

Tags: #BahanagaTrainTragedy #TrainAccidentinOdisha #TrainMishap #IndianRailway

Comment