ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆମ ଶରୀରର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ମସ୍ତିଷ୍କ ସଠିକ ଭାବେ କାର୍ଯ୍ୟ କରିବା ପାଇଁ ଏଥିରେ ଥିବା କୋଷିକାଗୁଡ଼ିକ ନିରନ୍ତର ଭାବେ ଅମ୍ଳଜାନ ଏବଂ ରକ୍ତ ସଞ୍ଚାଳନ ଉପରେ ନିର୍ଭର କରିଥାନ୍ତି। ଯଦି କୌଣସି କାରଣରୁ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ପ୍ରଭାବିତ ହୁଏ, ତେବେ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଥାଏ ବୋଲି ଡାକ୍ତର କୁହନ୍ତି।

ବ୍ରେନ୍ ଷ୍ଟ୍ରୋକ୍ ହେଲେ ବ୍ୟକ୍ତିକୁ ତୁରନ୍ତ ଚିକିତ୍ସା କରାନଗଲେ ଜୀବନ ଯିବାର ଭୟ ମଧ୍ୟ ରହିଛି। ତେଣୁ ଠିକ୍ ସମୟରେ ବ୍ରେନ୍ ଷ୍ଟ୍ରୋକକୁ ଚିହ୍ନିବା ଜରୁରୀ।

ତେବେ ବ୍ରେନ୍ ଷ୍ଟ୍ରୋକକୁ କେମିତି ଚିହ୍ନିବେ? କ’ଣ ରହିଛି ଏହାର ଲକ୍ଷଣ? ଏ ବିଷୟରେ ବିଶିଷ୍ଟ ସ୍ନାୟୁରୋଗ ରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldBrainTumorDay #ProtectYourselfKeepAawayFromStress #BrainStroke #OdiaHealthTips #HealthyLife

Comment