ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଇନ ଭିଟ୍ରୋ ଫର୍ଟିଲାଇଜେସନ ବା ଆଇଭିଏଫ୍, ଯାହାକୁ ସାଧାରଣତଃ ସମସ୍ତେ ଟେଷ୍ଟ ଟ୍ୟୁବ୍ ବେବି ବୋଲି କହିଥାନ୍ତି। ପ୍ରାକୃତିକ ଭାବେ ଯଦି ଗର୍ଭଧାରଣରେ କୌଣସି ସମସ୍ୟା ହୋଇଥାଏ, ତେବେ ଆଇଭିଏଫ୍ ଜରିଆରେ ବାପା-ମା’ ହେବା ସମ୍ଭବ ହୋଇପାରୁଛି ବୋଲି ଡାକ୍ତର କୁହନ୍ତି। ସନ୍ତାନ ଜନ୍ମ ପାଇଁ ଏହା ଏକ କୃତ୍ରିମ ମାଧ୍ୟମ।

ବିବାହ ପରେ ସମସ୍ତଙ୍କର ଇଚ୍ଛା ଥାଏ ସନ୍ତାନଟିଏ ପାଇଁ। କିନ୍ତୁ ବିଭିନ୍ନ ସମସ୍ୟା ଯୋଗୁଁ ଅନେକ ସନ୍ତାନ ସୁଖରୁ ବଞ୍ଚିତ ହୋଇଥାନ୍ତି। ଯେତେ ଚେଷ୍ଟା କଲେ ସୁଦ୍ଧା ପିଲାଛୁଆ ହୁଏ ନାହିଁ। ଏହାକୁ ବନ୍ଧ୍ୟାଦୋଷ ବୋଲି କୁହାଯାଏ। ଇନଫର୍ଟିଲିଟି ବା ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ ବୋଲି ଡାକ୍ତର କୁହନ୍ତି।

ତେବେ ବନ୍ଧ୍ୟାଦୋଷର କାରଣ କ’ଣ, କେମିତି ଏହାର ଚିକିତ୍ସା କରାଯାଏ ଏବଂ ଆଇଭିଏଫ୍ ମାଧ୍ୟମରେ କେମିତି ସନ୍ତାନ ଜନ୍ମ ହୋଇପାରିବ? ସେ ନେଇ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #IVF #WorldIVFDay #Celebration #InVitroFertilization #Infertility

Comment