ଓଡ଼ିଶାଲାଇଭ୍ ବ୍ୟୁରୋ

ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଆଇନଗତ ମାନ୍ୟତା ପାଇବେ ଅବୈଧ ସନ୍ତାନ

ହିନ୍ଦୁ ଯୌଥ ପରିବାରର ସମ୍ପତ୍ତି ଭାଗ ବଣ୍ଟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏଣିକି ଅବୈଧ ବିବାହରୁ ଜନ୍ମିତ ପିଲାମାନେ ମଧ୍ୟ ପିତାମାତାଙ୍କ ପୈତୃକ ସମ୍ପତ୍ତିରୁ ଭାଗ ପାଇପାରିବେ।

ପୂର୍ବରୁ ଅବୈଧ ବିବାହରୁ ଜନ୍ମିତ ପିଲାମାନେ କେବଳ ପିତାମାତଙ୍କ ସ୍ୱଅର୍ଜିତ ସମ୍ପତ୍ତିରୁ ଭାଗ ପାଉଥିଲେ। ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ସେମାନଙ୍କୁ ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ ଭାବେ ଆଇନଗତ ମାନ୍ୟତା ମିଳିବ।https://cutm.ac.in/ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେ.ପି ପାର୍ଦିୱାଲା ଏବଂ ବିଚାରପତି ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ପାରିବାରିକ ସମ୍ପତ୍ତିର ଭାଗବଣ୍ଟାରୁ ନିଜର ଅଂଶ ପାଇଥିବା ଜଣେ ସଦସ୍ୟଙ୍କ ମୃତ୍ୟୁ ପରେ, ହିନ୍ଦୁ ବିବାହ ଆଇନର ଧାରା ୧୬ ଆଧାରରେ ତାଙ୍କ ବୈଧ ସନ୍ତାନଙ୍କୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥିବା ସମ୍ପତ୍ତିର ଅଂଶ ଅବୈଧ ସମ୍ପର୍କରୁ ଜାତ ସନ୍ତାନ ପାଇଁ ମଧ୍ୟ ଧାର୍ଯ୍ୟ ହେବ।

ପୂର୍ବରୁ ୨୦୧୧ରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଆଗ୍ରାହ୍ୟ କରିଥିଲେ। ପୂର୍ବ ରାୟରେ କେବଳ ବୈଧ ବୈବାହିକ ସମ୍ପର୍କରୁ ଜାତ ସନ୍ତାନଙ୍କୁ ପୈତୃକ ସମ୍ପତ୍ତିରେ ଅଧିକାର ମିଳିବ ଏବଂ ଅବୈଧ ସନ୍ତାନ ଏଥିରୁ ଭାଗ ପାଇପାରିବେ ନାହିଁ ବୋଲି ଉଲ୍ଲେଖ ଥିଲା।

Tags: #SupremeCourt #HinduMarriageAct #InvalidMarriages

Comment