ଓଡ଼ିଶାଲାଇଭ୍‌ ବ୍ୟୁରୋODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ମୁଖ୍ୟ ଖବର।

କ୍ରିକେଟ୍‌ରୁ ଅବସରକୁ ନେଇ ମୁହଁ ଖୋଲିଲେ ହରଭଜନ ସିଂହ

ଭାରତୀୟ କ୍ରିକେଟ୍‌ ଟିମ୍‌ର ବରିଷ୍ଠ ଅଫ୍‌-ସ୍ପିନର ହରଭଜନ ସିଂହଙ୍କ ଅବସରକୁ ନେଇ ଏବେ ଚର୍ଚ୍ଚା ଜୋରଦାର। ଇଂଲଣ୍ଡରେ ହେବାକୁ ଥିବା ‘ଦ ହଣ୍ଡ୍ରେଡ ଲିଗ’ରେ ହରଭଜନ ସିଂହ ଖେଳିବା ନେଇ ଖବର ଶୁଣିବାକୁ ମିଳିବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କ ଅବସର କଥା ଆହୁରି ତୀବ୍ର ହୋଇଥିଲା। ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ହରଭଜନ।

ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ମାଓ କ୍ୟାମ୍ପ ଧ୍ଵଂସ କଲା ଏସଓଜି

ପର୍ଯ୍ୟଟନସ୍ଥଳୀ ହରିଶଙ୍କର ନିକଟ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଏସଓଜି ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଉଭୟଙ୍କ ପକ୍ଷରୁ ଗୁଳିବିନିମୟ ହୋଇଥିଲା। ପରେ ଏସଓଜି ଯବାନମାନେ ସେଠାରେ ମାଓ କ୍ୟାମ୍ପକୁ ଧ୍ଵଂସ କରିଦେଇଛନ୍ତି। ଏହି ଅପରେସନରେ ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌ ମଧ୍ୟ ସାମିଲ ହୋଇଥିଲେ।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ପୁଣି ଶତକ ମାରିଲେ ରୋହିତ ଶର୍ମା

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ରୋହିତ ଶର୍ମା ନିଜ ଆକ୍ରମଣ ଜାରି ରଖିଛନ୍ତି। ପ୍ରଥମ ଇଂନିସରେ ଶତକ ହାସଲ ପରେ ଏବେ ଦ୍ଵିତୀୟ ଇଂନିସରେ ପୁଣି ଶତକ ମାରିବାରେ ସଫଳ ହୋଇଛନ୍ତି। ପ୍ରଥମ ଇଂନିସରେ ରୋହିତ ୨୪୪ ବଲରୁ ୬ଟି ଛକା ଓ ୨୩ ଚୌକା ବଳରେ ୧୭୬ ରନ କରିଥିଲେ। ସେହିପରି ପୁଣି ଦ୍ଵିତୀୟ ଇଂନିସରେ ମଧ୍ୟ ନିଜ କମାଲ ଦେଖାଇଥିଲେ। ଦ୍ଵିତୀୟ ଇଂନିସରେ ରୋହିତ ପୁଣି ୧୪୯ ବଲରେ ୭ଟି ଛକା ୧୦ ଚୌକା ବଳରେ ୧୨୭ ରନ କରିଛନ୍ତି।

ଭାରତରେ ଲଞ୍ଚ ହେଲା Galaxy A20s ସ୍ମାର୍ଟଫୋନ – ଦାମ୍‌ ୧୧,୯୯୯ ଟଙ୍କା

ଭାରତରେ ଗାଲାକ୍ସି ଏ-ସିରିଜର ପ୍ରଚାର ପ୍ରସାର କରିବା ପାଇଁ ସାମସଙ୍ଗ ଗାଲାକ୍ସି ଏ୨୦ଏସ୍‌ ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ହେଉଛି ଗାଲାକ୍ସି ଏ୨୦ର ଅପଗ୍ରେଡେଡ୍‌ ଭର୍ସନ। ନୂଆ ଡିଜାଇନ୍‌ ସହିତ ଏହି ସ୍ମାର୍ଟେଫୋନରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି। ସେହିପରି ଏଥିରେ ୧୫ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ମିଳିଛି।

କନ୍ୟା ସନ୍ତାନର ବାପା ହେଲେ କ୍ରିକେଟର ଆଜିଙ୍କ୍ୟ ରାହାଣେ

ବାପା ହେଲେ ଭାରତୀୟ ଟେଷ୍ଟ ଦଳର ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ। ଶନିବାର ରାହାଣେଙ୍କ ପତ୍ନୀ ରାଧିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ହରଭଜନ ସିଂହ ଟୁଇଟରରେ ରାହାଣେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ହରଭଜନ ସିଂ ଶନିବାର ଟୁଇଟରରେ କହିଛନ୍ତି, “ନୂଆ କରି ବାପା ହେଇଥିବା ଆଜିଙ୍କ୍ୟ ରାହାଣେଙ୍କୁ ଶୁଭେଚ୍ଛା। ଆଶା କରୁଛି ଉଭୟ ମା ଓ ନହ୍ନିପରୀ ଭଲରେ ଥିବେ। ଜୀବନର ଏହି ସଫଳ ମୁହୁର୍ତ୍ତ ଏବେ ଆରମ୍ଭ ହେଲା।”

୩ ଦିନରେ ୧୦୦ କୋଟି ପାର କଲା ହ୍ରିତିକ ଟାଇଗରଙ୍କ ‘ୱାର’

ବଲିଉଡ ଅଭିନେତା ହ୍ରିତିକି ରୋଶନ ଏବଂ ଟାଇଗର ଶ୍ରଫ୍‌ଙ୍କ ଅଭିନୀତ ‘ୱାର’ ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଉଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଫିଲ୍ମ’ୱାର’ ରିଲିଜ ହୋଇଥିଲା। ତେବେ ଏହି ଫିଲ୍ମ ରିଲିଜର ପ୍ରଥମ ଦିନରେ ହିଁ ଜବରଦସ୍ତ ବ୍ୟବସାୟ କରି ବଲିଉଡ୍‌ର ସମସ୍ତ ରେକର୍ଡ ଭାଙ୍ଗିଥିଲା। ଆଉ ଏବେ ରିଲିଜର ତୃତୀୟ ଦିନରେ ୧୦୦ କୋଟି କ୍ଲବରେ ପହଞ୍ଚିଛି ଫିଲ୍ମ ‘ୱାର’।

ଅକ୍ଟୋବର ୯ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ହବିଷ ନୀତି

ଅକ୍ଟୋବର ୯ରୁ ନଭେମ୍ବର ୧୧ ତାରିଖ ଯାଏଁ ପୁରୀ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକମାସ ପୂଜା ଆଉ ହବିଷ ନୀତି ଚାଲିବ। ପଞ୍ଚୁକରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

pregnentwomen death

ଆମ୍ଵୁଲାନ୍ସରୁ ସରିଗଲା ତେଲ, ଅଧା ବାଟରେ ମା ଓ ଗର୍ଭସ୍ଥ ଶିଶୁ ମୃତ

ରାସ୍ତା ଅଧାରେ ଆମ୍ଵୁଲାନ୍ସରୁ ସରିଗଲା ତେଲ। ଠିକ୍‌ ସମୟରେ ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚି ନପାରିବାରୁ ମହିଳାଙ୍କ ସମେତ ଗର୍ଭସ୍ଥ ଶିଶୁର ମଧ୍ୟ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ହାଣିଦା ଗାଁରେ।

ଏଥର ଦଶହରାରେ ରାତି ୧୨ଟା ଯାଏଁ ହେବ ମେଲୋଡି

ଦଶହରା ଦର୍ଶକଙ୍କ ପାଇଁ ଖୁସି ଖବର। ଏଥର ରାତି ୧୨ଟା ଯାଏଁ ମେଲୋଡିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଇ ପାରିବେ ଦର୍ଶକ। ରାତି ୧୨ଟା ଯାଏଁ ଟ୍ଵିନସିଟିରେ ମେଲୋଡି ଓ ଲାଉଡ ସ୍ପିକର ବାଜିପାରିବ। ଏନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ନିୟମ ରାତି ୧୦ଟା ଯାଏଁ ରହିଥିଲା। ରାତି ୧୦ଟା ସୁଦ୍ଧା ଟ୍ଵିନସିଟିରେ ସମସ୍ତ ମେଲୋଡି କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଉଥିଲା।

ମୋଦୀଙ୍କୁ ସାକ୍ଷାତକଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୁଇନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି।

ଏଣିକି ଯୁଦ୍ଧରେ ସହିଦ ଯବାନଙ୍କ ପରିବାରକୁ ମିଳିବ ୮ଲକ୍ଷ ଟଙ୍କାର ସହାୟତା

ଏଣିକି ଯେକୌଣସି ପ୍ରକାର ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ମିଳିବ ଅଧିକ ସହାୟତା ରାଶି।ସହିଦଙ୍କ ପରିବାର କିମ୍ବା ନିକଟ ସଂପର୍କୀୟଙ୍କୁ ଏଣିକି ୮ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।

୧୧ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ରାଜ୍ୟର ୧୧ଟି ଜିଲ୍ଲାରେ ଆଜି ସନ୍ଧ୍ୟାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଜମ୍ମୁ କଶ୍ମୀର: ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼, ୫ ଆହତ

ଜମ୍ମୁ କଶ୍ମୀର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ ଫିଙ୍ଗିଛନ୍ତି। ଏହି ଘଟଣା ଅନନ୍ତନାଗରେ ଥିବା ଡିସି ଅଫିସ୍‌ ସମ୍ମୁଖରେ ଘଟିଛି।

ମହାସପ୍ତମୀରେ ମା’ ଦୁର୍ଗାଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠୁଛି ପୁରପଲ୍ଲୀ

ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଦୁର୍ଗା। ଷଷ୍ଠୀ ରାତିରୁ ପୂଜା ଆରମ୍ଭ ହୋଇଛି। ସମସ୍ତ ପୂଜା ମଣ୍ଡପରେ ମା’ଙ୍କ ଆରାଧନା କରାଯାଉଛି। ମା’ ଦୁର୍ଗାଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠୁଛି ସମଗ୍ର ପୁରପଲ୍ଲୀ।

ଅକ୍ଟୋବର ୫ରୁ ୯ – ଦିନ ୨ଟା ପରେ ଗଡ଼ିବନି ‘ମୋ ବସ୍‌

ପାର୍ବଣରେ ଉତ୍ସବମୁଖର ହୋଇଛି ଟୁଇନ୍‌ ସିଟି। ମା’ ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ଉଭୟ ମଣ୍ଡପ ଓ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଆରମ୍ଭ ହେଲାଣି। ପାର୍ବଣ ସମୟରେ ଭିଡ଼ ଅଧିକ ପରିଲକ୍ଷିତ ହେବା ସହ ଯାତାୟାତରେ ସମସ୍ୟା ଦେଖାଦେବ। ଏହି ଭିଡ଼କୁ ଦୃଷ୍ଟିରେ ରଖି ‘ମୋ ବସ୍‌’ ଚଳାଚଳରେ ପରିବର୍ତ୍ତନ କରାଯାଇଛି।’

ବାମ ହାତୀ ବୋଲର ଭାବେ ଏହି ରେକର୍ଡ କଲେ ରବିନ୍ଦ୍ର ଜାଡେଜା

ରବିନ୍ଦ୍ର ଜାଡେଜା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଏକ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ ଜରିଆରେ ସେ ବାମ ହାତୀ ବୋଲର ଭାବେ ୨୦୦ ଟେଷ୍ଟ ଓ୍ଵିକେଟ ହାସଲ କରିଛନ୍ତି। ଏହି ରେକର୍ଡ ସହ ସେ ଶ୍ରୀଲଙ୍କାର ବାମ ହାତୀ ବୋଲର ରଙ୍ଗନା ହେରାଥଙ୍କୁ ପଛରେ ପକାଇଛନ୍ତି।

LEAVE A REPLY

Please enter your comment!
Please enter your name here