ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ବାଂଲାଦେଶ ଟି- ୨୦ କ୍ରିକେଟ୍ ସିରିଜର ପ୍ରଥମ ମ୍ୟାଚ୍ ଆଜି ଦିଲ୍ଲୀରେ ଖେଳାଯାଉଛି। ଏହି ମ୍ୟାଚରେ ବାଂଲାଦେଶ ଦଳ ପ୍ରଥମେ ଟସ୍ ଜିତି ବୋଲିଂ କରିବ ବୋଲି ନିଷ୍ପତ୍ତି ନେଇଛି। ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରିବ।
ଫିରୋଜ ଶାହ କୋଟଲାର ନାମ ପରିବର୍ତ୍ତନ କରାଯାଇ ଏହାର ନାଁ ଅରୁଣ ଜେଟଲୀ ଷ୍ଟାଡିୟମ ରଖାଯିବାପରେ ଏହା ଏଠାରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍। ଆଜିର ଏହି ମ୍ୟାଚରେ ଭାରତ ପକ୍ଷରୁ ରୋହିତ ଶର୍ମା ଅଧିନାୟକ ହୋଇଥିବାବେଳେ। ବାଂଲାଦେଶର ଅଧିନାୟକ ପଦ ସମ୍ଭାଳିବେ ମହମ୍ମଦଦୁଲା।
ଏହି ମ୍ୟାଚରେ ଭାରତ ପକ୍ଷରୁ ଶୁଭମ୍ ଦୁବେ ପ୍ରଥମ କରି ଅନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିବେ। ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ରାଜକୋଟ ଓ ତୃତୀୟ ମ୍ୟାଚ୍ ନାଗପୁରରେ ଖେଳାଯିବ।
ଭାରତୀୟ ଏକାଦଶ:
ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେଆସ୍ ଆୟାର, ରିଷଭ ପନ୍ଥ, କ୍ରୁନାଳ ପାଣ୍ଡ୍ୟା, ଶିଭମ ଦୁବେ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ,ଦୀପକ ଚହର ଓ ଖଲୀଲ ଅହମ୍ମଦ
ବାଂଲାଦେଶ ଏକାଦଶ:
ମହମ୍ମଦଦୁଲା(ଅଧିନାୟକ), ଲିଟନ ଦାସ, ସୌମ୍ୟ ସରକାର, ମହମ୍ମଦ ନଇମ୍, ମସ୍ତାଫିଜୁର ରହିମ୍, ଅଫିଫ୍ ହୁସେନ୍, ମୋସଡିକ୍ ହୁସେନ୍, ଅମିନୁଲ ଇସଲାମ୍, ସଫିଉଲ ଇସଲାମ୍, ମୁସ୍ତାଫିଜୁର ରେହମାନ ଓ ଅଲ-ଅଫିଫ୍ ହୁସେନ୍