ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଲଗାତର ବଢ଼ୁଛି କରୋନା ଆକ୍ରାନ୍ତ ସଂଖ୍ୟା। ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସର ପୋଲିସ ସେବା ଭବନ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏନେଇ କମିସନରେଟ୍ ପୋଲିସ ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି।
Police Seva Bhawan will remain closed for staff and visitors for 48 hours from 9 AM of 11 July to 9 AM of 13 July as a preventive measure coinciding with official holidays on second Saturday & Sunday. Prior to closure building will be sanitized. @SarangiSudhansu @anupkumarsahoo
— COMMISSIONERATE POLICE (@cpbbsrctc) July 10, 2020
୧୧ ତାରିଖ ସକାଳ ୯ଟାରୁ ୧୩ ତାରିଖ ସକାଳ ୯ଟା ଯାଏଁ ସାଧାରଣ ଲୋକ ଓ କର୍ମଚାରୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ବନ୍ଦ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ପୋଲିସ ସେବା ଭବନକୁ ସାନିଟାଇଜ କରାଯିବ।
ଜୁଲାଇ ୧୦ ତାରିଖରେ ଭୁବନେଶ୍ୱର ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୩୦୮ ସୁସ୍ଥ ହୋଇଥିଲା ବେଳେ ୩୮୬ଟି ଆକ୍ଟିଭ କେସ୍ ରହିଛି। ୭ ଜଣଙ୍କର ମୃତ୍ୟୁ ହୋଇଛି।