ଓଡ଼ିଶାଲାଇଭ ବ୍ୟୁରୋ

କୋଲ ଇଣ୍ଡିଆ ଓ ଏହାର ସହଯୋଗୀ କମ୍ପାନିମାନେ ବିଭିନ୍ନ ପ୍ରକାର ସାମଗ୍ରୀ, କାର୍ଯ୍ୟ ଓ ସେବା କିଣିବାରେ ପ୍ରତି ବର୍ଷ ପାଖାପାଖି ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି।

୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ୧୦୦ କୋଟି ଟନ୍ କୋଇଲା ଉତ୍ପାଦନ କରିବା ସହ ଏଥିରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ କୋଲ୍ ଇଣ୍ଡିଆ ଲିମିଟେଡ୍ ୫୦୦ଟି ପ୍ରକଳ୍ପ ଉପରେ ୧.୨୨ ଲକ୍ଷ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପଗୁଡ଼ିକ କୋଇଲା ଉତ୍ତୋଳନ, ଭିତ୍ତିଭୂମି ଢାଞ୍ଚା, ପରିଯୋଜନା ବିକାଶ, ଗବେଷଣା ଓ ସ୍ୱଚ୍ଛ କୋଇଲା ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ। କୋଲ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଭିଡିଓ କନଫରେନ୍ସରେ ଆୟୋଜିତ ଏକ ସଭାରେ ଷ୍ଟେକ୍ ହୋଲ୍ଡର ବା ହିତାଧିକାରୀମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର ଏହା କହିଛନ୍ତି।

କମ୍ପାନି ବ୍ୟାପାରରେ ସମସ୍ତ ଷ୍ଟେକ୍‌ହୋଲ୍ଡରମାନଙ୍କ ନିଯୁକ୍ତି ଓ ସମ୍ପୃକ୍ତି ପ୍ରକଳ୍ପ ପ୍ରତି ରହିଥବା ସମସ୍ତ ରିସ୍କ କମେଇବା ସହ ଏହାକୁ ସାମ୍ନାକୁ ଆଣିବ। ଏଭଳି ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା ପରସ୍ପରକୁ ଲାଭ ଦେଉଥିବା ନୂଆ ବିଚାର, ସଂଶୋଧନ କ୍ଷେତ୍ର ଓ ପରିଯୋଜନା ସମ୍ପର୍କିତ ଆଶାର ମାର୍ଗକୁ ପ୍ରଶସ୍ତ କରିବାରେ ସହାୟକ ହେବ ବୋଲି ଯୋଶୀ କହିଥିଲେ।

୧.୨୨ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବିତ ଖର୍ଚ୍ଚ ମଧ୍ୟରୁ ଆର୍ଥିକ ବର୍ଷ ୨୦୨୩-୨୪ରେ କୋଇଲା ଉତ୍ତୋଳନ ପାଇଁ ୩୨,୬୯୬ କୋଟି, ଖଣି ଭିତ୍ତିଭୂମି ପାଇଁ ୨୫,୧୧୭ କୋଟି, ପ୍ରକଳ୍ପ ବିକାଶ ପାଇଁ ୨୯,୪୬୧ କୋଟି, ବିବିଧ ଓ ଉତ୍କୃଷ୍ଟ କୋଇଲା ପ୍ରଯୁକ୍ତି ବିଦ୍ୟା ପାଇଁ ୩୨,୧୯୯ କୋଟି, ସାମାଜିକ ଭିତ୍ତିଭୂମି ପାଇଁ ୧୪୯୫ କୋଟି, ଗବେଷଣା ପାଇଁ ୧୮୯୩ କୋଟି ଟଙ୍କା ବିନିଯୋଗ କରିବାକୁ ସିଆଇଏଲ୍ ଯୋଜନା କରିଛି।

୪୯ ଫର୍ଷ୍ଟ ମାଇଲ୍ କନେକ୍ଟିଭିଟି ପ୍ରୋଜେକ୍ଟରେ ୧୪,୨୦୦ କୋଟିର ନିବେଶ

ଷ୍ଟେକହୋଲ୍ଡରମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ, କୋଲ୍ ଇଣ୍ଡିଆ ସହ ବ୍ୟବସାୟ ପାଇଁ ଅପର୍ଯ୍ୟାପ୍ତ ସମ୍ଭାବନା ରହିଛି। ୨୦୨୩-୨୪ ସୁଦ୍ଧା କମ୍ପାନି ଦୁଇଟି ପର୍ଯ୍ୟାୟରେ ନିଜର ୪୯ଟି ଫର୍ଷ୍ଟ ମାଇଲ୍ କନେକ୍ଟିଭିଟି ପ୍ରୋଜେକ୍ଟ (ସମ୍ପର୍କ ପରିଯୋଜନା) ପାଇଁ ୧୪,୨୦୦ କୋଟି ଟଙ୍କା ନିବେଶ କରିବ। ଫର୍ଷ୍ଟ ମାଇଲ୍ କନେକ୍ଟଭିଟି ହେଉଛି କୋଇଲାକୁ ଉତ୍ତୋଳନ ସ୍ଥଳରୁ ଡେସ୍‌ପ୍ୟାଚ୍ ପଏଣ୍ଟ ପର୍ଯ୍ୟନ୍ତ ପରିବହନକୁ ସୁନିଶ୍ଚିତ କରିବା। ଏହି ଦୁଇଟି ପଏଣ୍ଟ ଭିତରେ ପୂର୍ବରୁ ଥିବା ସଡ଼କ ପରିବହନ ବଦଳରେ କମ୍ପ୍ୟୁଟର ଏଡେଡ୍ ଲୋଡିଂ ଲାଗୁ କରିବା ଓ କୋଇଲା ପରିବହନ କ୍ଷେତ୍ରରେ ଦକ୍ଷତାର ବିକାଶ ପାଇଁ ଏହା କରାଯାଇଛି।

୩୪,୬୦୦ କୋଟି ନିବେଶ ପାଇଁ ୧୫ ଗ୍ରୀନଫିଲ୍ଡ ପ୍ରୋଜେକ୍ଟ

ଆଗାମୀ ବର୍ଷଗୁଡ଼ିକରେ କୋଇଲା ଉତ୍ପାଦନ ବୃଦ୍ଧି ଓ କୋଇଲା ରପ୍ତାନି କ୍ଷେତ୍ରରେ ନିର୍ଭରଶୀଳତାକୁ କମାଇବା ପାଇଁ ପରିବର୍ତ୍ତନକାରୀ ଯୋଜନା କ୍ରମରେ କୋଲ୍ ଇଣ୍ଡିଆ ୧୫ଟି ଗ୍ରୀନଫିଲ୍ଡ ପ୍ରୋଜେକ୍ଟ ଚିହ୍ନଟ କରିଛି ଯାହା ଏମ୍‌ଡିଓ (ମାଇନିଂ ଡେଭଲଫର ଆଣ୍ଡ ଅପରେଟର) ମୋଡ୍‌ରେ ପରିଚାଳିତ ହେବ। ଏଥିରେ ମୋଟ ୩୪,୬୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା ଥିବାବେଳେ ୨୦୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରାୟ ୧୭ ହଜାର କୋଟି ଟଙ୍କା ବିନିଯୋଗ କରାଯିବା ଆଶା କରାଯାଉଛି।

ଉତ୍ତୋଳନ ଭିତ୍ତିଭୂମି ହେଉଛି ଏପରି ଏକ ପୃଥକ୍ କ୍ଷେତ୍ର ଯେଉଁଠି କୋଲ୍ ଇଣ୍ଡିଆ ଅର୍ଥବ୍ୟବସ୍ଥାରେ ବଡ଼ ରକମର ନିବେଶ କରିବ। ଆର୍ଥିକ ବର୍ଷ ୨୦୨୩-୨୪ରେ ପ୍ରମୁଖ ରେଳ ପରିଯୋଜନା (ପ୍ରାୟ ୧୩ ହଜାର କୋଟି), ରେଳ ସାଇଡିଂ (ପ୍ରାୟ ୩୧୦୦ କୋଟି) ଓ ନିଜସ୍ୱ ୱାଗନ (୬୭୫ କୋଟି) କ୍ରୟ ପରି ରେଳ କାରବାରକୁ ମିଶାଇ ମୋଟ ନିବେଶ ୧୬ ହଜାର ୫୦୦ କୋଟିରୁ ଅଧିକ ହେବାର ଆଶା ରହିଛି।

କୋଲ ଇଣ୍ଡିଆ ଓ ଏହାର ସହଯୋଗୀ କମ୍ପାନିମାନେ ବିଭିନ୍ନ ପ୍ରକାର ସାମଗ୍ରୀ, କାର୍ଯ୍ୟ ଓ ସେବା କିଣିବାରେ ପ୍ରତି ବର୍ଷ ପାଖାପାଖି ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି। ଏଥିରୁ ଷ୍ଟେକହୋଲ୍ଡରଙ୍କ ଭୂମିକା ଓ ଗୁରୁତ୍ୱ ଅନୁମାନ କରିହେବ ବୋଲି ମନ୍ତ୍ରୀ କହିଥିଲେ।

ନିଷ୍ପକ୍ଷ, ପାରଦର୍ଶୀ ଓ ସମାନତା ଆଧାରିତ ବ୍ୟବସ୍ଥାରେ ସାମଗ୍ରୀ, କାର୍ଯ୍ୟ ଓ ସେବା କ୍ରୟ ବେଳେ ଭେଣ୍ଡର ଓ ଷ୍ଟେକହୋଲ୍ଡରଙ୍କ ହିତ ପାଇଁ କୋଲ୍ ଇଣ୍ଡିଆ ନିଜର ନିୟମ ଓ ମାର୍ଗଦର୍ଶିକାରେ ଅନେକ ପରିବର୍ତ୍ତନ ଆଣିଛି। ଏଥିରେ ସୁଗମ କାରବାରକୁ ଗୁରୁତ୍ୱ ଦିଆଯିବା ସହ ପାରଦର୍ଶିତାର ସିଦ୍ଧାନ୍ତ ପାଳନ କରାଯାଇଛି।

କୋଇଲା ବିଭାଗ ସଚିବ ଅନୀଲ କୁମାର ଜୈନ, କୋଲ୍ ଇଣ୍ଡିଆ ଲିମିଟେଡ୍‌ର ସିଏମ୍‌ଡି ପ୍ରମୋଦ ଅଗ୍ରୱାଲ ଏବଂ କୋଇଲା ବିଭାଗ ଓ କୋଲ୍ ଇଣ୍ଡିଆ ଲିମିଟେଡ୍‌ର ଅନ୍ୟ ବରିଷ୍ଠ ଅଧକାରୀମାନେ ବୈଠକରେ ସାମିଲ ହେବା ସହ ଷ୍ଟେକହୋଲ୍ଡରମାନଙ୍କ ସହ ଆଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, ଷ୍ଟେକହୋଲ୍ଡରଙ୍କ ପାଇଁ ଅନୁକୂଳ କାର୍ଯ୍ୟକ୍ରମରେ କୋଲ୍ ଇଣ୍ଡିଆ ଏହାର ଟେଣ୍ଡରରେ ଷ୍ଟେକହୋଲ୍ଡରଙ୍କ ଅଧିକତର ଭାଗିଦାରୀ ପାଇଁ ଅନେକ ଉପାୟ ଦେଇଛି ଓ ଅନେକ ରିହାତି ମଧ୍ୟ ଉପଲବ୍ଧ କରାଇଛି। ମାଇନିଂ ଟେଣ୍ଡର ପାଇଁ ଅଭିଜ୍ଞତା ମାନଦଣ୍ଡକୁ ୬୫ ପ୍ରତିଶତରୁ ୫୦ ପ୍ରତିଶତକୁ କମାଇ ଦିଆଯାଇଛି। ଅନ୍ୟପକ୍ଷରେ ଟର୍ନକି କଣ୍ଟ୍ରାକ୍ଟ କ୍ଷେତ୍ରରେ କାର୍ଯ୍ୟ ଅଭିଜ୍ଞତା ମାନଦଣ୍ଡକୁ ୫୦ ପ୍ରତିଶତ କରାଯାଇଛି। କମ୍ ମୂଲ୍ୟ ଥିବା କାର୍ଯ୍ୟ ଓ ସେବା ଟେଣ୍ଡରରେ ଭାଗୀଦାରୀ ପାଇଁ ଥିବା ପୂର୍ବ ସର୍ତ୍ତ ସବୁ ଉଠାଇ ଦିଆଯାଇଛି। ଏମ୍ଏସ୍ଇ ଓ ଷ୍ଟାର୍ଟଅପ୍‌କୁ ପୂର୍ବ ଅନୁଭବ ଓ ଟର୍ନ ଓଭରରୁ ମୁକ୍ତ କରିଦିଆଯାଇଛି। ଏମ୍ଏସ୍ଇ ଓ ଷ୍ଟାର୍ଟଅପ୍‌ ପାଇଁ କୌଣସି ଇଏମ୍‌ଡିର ଆବଶ୍ୟକତା ନାହିଁ। ସବୁ ଟେଣ୍ଡରରେ ମେକ୍ ଇନ୍ ଇଣ୍ଡିଆ ପ୍ରାବଧାନକୁ ଯୋଡ଼ି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here