ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ଦ୍ୱିତୀୟ ଲହରୀ କବଳରେ ବଲିଉଡର ଅନେକ ତାରକା। ଛୋଟ ପରଦାଠାରୁ ଆରମ୍ଭ କରି ବଡ଼ ପରଦା ପର୍ଯ୍ୟନ୍ତ ଅନେକ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ ଏହାରି ମଧ୍ୟରେ କଲର୍ସ ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ରିଆଲିଟି ଟିଭି ସୋ’ ଡ୍ୟାନ୍ସ ଦିୱାନେ-୩ର ଜଜ୍ ଧର୍ମେଶ ୟେଲାନ୍ଦେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ପଜିଟିଭ୍ ଆସିବାପରେ ସେ ଗୋଆ ସ୍ଥିତ ବାସଭବନରେ କ୍ୱାରେଣ୍ଟାଇନରେ ରହିଛନ୍ତି।

ମାଧୁରୀ ଦିକ୍ଷୀତ ଓ ତୁଷାର କାଲିଆଙ୍କ ସହ ଡ୍ୟାନ୍ସ ଦିୱାନେ-୩ ମଞ୍ଚରେ ଜଜ୍ ର ଭୂମିକା ନିଭାଉଥିଲେ ଧର୍ମେଶ। କିଛି ଦିନପୂର୍ବରୁ ଡ୍ୟାନ୍ସ ଦିୱାନେର ୧୮ ଜଣ କ୍ରୁ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ତିନି ଜଣ ଜର୍ଜ ନିଜ ନିଜର କରୋନା ଟେଷ୍ଟ କରାଇଥିଲେ। ଧର୍ମେଶଙ୍କ ରିପୋର୍ଟ ପଜିଟିଭ୍ ଆସିଥିବାବେଳେ, ଅନ୍ୟ ଦୁଇଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି।

ଗୋଟିଏ ମଞ୍ଚରୁ ଏତେ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବାପରେ, ସମ୍ପୂର୍ଣ୍ଣ ମଞ୍ଚକୁ ସାନିଟାଇଜ୍ କରାଯାଇଛି। ଏଥିସହ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିବା ସୋ’ ନିର୍ମାତାଙ୍କ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here