ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭା ନିର୍ବାଚନରେ ପରାଜିତ ହେବାପରେ ବିଜେଡି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ନବୀନ ନିବାସରେ ହୋଇଥିବା ଏହି ବୈଠକରେ ବିଜେଡିର ନବ ନିର୍ବାଚିତ ବିଧାୟକମାନେ ଯୋଗ ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏଠାରେ ଦଳର ପରାଜୟକୁ ନେଇ ମାନସମନ୍ଥନ ହୋଇଛି।
ଏହି ବୈଠକରେ ନବୀନ ପଟ୍ଟନାୟକ ନିର୍ବାଚନକୁ ନେଇ ବିଜୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିଥିଲେ। ତେବେ ଦଳର ପରାଜୟ କାହିଁକି ହେଲା, ସେ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ତଦନ୍ତ କରାଯିବ ବୋଲି ଏଠାରେ ଘୋଷଣା କରାଯାଇଛି। ଖୁବଶୀଘ୍ର କମିଟି ଗଠନ ହେବ। ଏଥିରେ ଦଳର ବରିଷ୍ଠ ନେତାମାନେ ରହିବେ।
ଏଠାରେ ନବୀନ ପଟ୍ଟନାୟକ ବିଜୟୀ ପ୍ରାର୍ଥୀମାନଙ୍କୁ କୃତଜ୍ଞତା ଜଣାଇଥିଲେ। ନିଜ ନିଜ ଅଞ୍ଚଳରେ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ବିଜେଡି ନେତା ଗଣେଶ୍ୱର ବେହେରା, ଦେବୀରଞ୍ଜନ ତ୍ରିପାଠୀ, ସଞ୍ଜୀବ ମଲ୍ଲିକ, ଅରୁଣ ସାହୁ, ଚକ୍ରପାଣି କହଁର, ଅଭିମନ୍ୟୁ ସେଠୀ, ବଦ୍ରିନାରାୟଣ ପାତ୍ର, ପ୍ରଶାନ୍ତ ବେହେରା, ଅଧୀରାଜ ପାଣିଗ୍ରାହୀ, ସୌଭିକ ବିଶ୍ୱାଳ, ଅନନ୍ତ ନାରାୟଣ ଜେନାଙ୍କ ସମେତ ଅନ୍ୟ ନେତାମାନେ ଯୋଗ ଦେଇଥିଲେ।
Tags: #OdishaAssemblyElection2024 #BJD #NaveenPatnaik #Odisha