ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ଟଙ୍କା ନଥିଲେ ବି ଖୋଲିପାରିବେ ଏମଆଇ ଷ୍ଟୋର। ଆପଣାନ୍ତୁ ଏହି ଛୋଟିଆ ଟିପ୍ସ…
ଭାରତୀୟ ସ୍ମାର୍ଟଫୋନ ବଜାର ସେଗମେଣ୍ଟରେ ଜିଓମି ସମ୍ପୂର୍ଣ୍ଣ ଭାବରେ କବଜା କରି ସାରିଲାଣି। କମ୍ପାନିର ଦାବି ରହିଛି କି, ପ୍ରତ୍ୟେକ ୭ରୁ ୫ଟି ସ୍ମାର୍ଟଫୋନ ଜିଓମିର ରହିଛି। କମ୍ପାନି ବର୍ତ୍ତମାନ ଏହି ଆକଳନକୁ ଆହୁରି ଆଗକୁ ନେବାକୁ ଚାହୁଁଛି। ଯେଉଁଥିପାଇଁ କମ୍ପାନି ସାରା ଦେଶରେ ଏମଆଇ ଷ୍ଟୋର ପାଇଁ ଫ୍ରାଞ୍ଚାଇଜ ଦେବାକୁ ଘୋଷଣା କରିଛି। ମୁଖ୍ୟ କଥା ହେଉଛି, କମ୍ପାନି ଆପଣଙ୍କୁ ବିନା କୌଣସି ଟଙ୍କାରେ ହିଁ ଫ୍ରାଞ୍ଚାଇଜ ଦେଉଛି।
ଏମଆଇ ଷ୍ଟୋର ଖୋଲିବା ପାଇଁ କ’ଣ ରହିଛି ସର୍ତ୍ତ
କମ୍ପାନିର ନୂଆ ସ୍ମାର୍ଟଫୋନ ରେଡମି ନୋଟ୍ ୬ ପ୍ରୋର ଲଞ୍ଚ ବେଳେ ଜିଓମି ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ମନୁ କୁମାର ଏମଆଇ ଷ୍ଟୋରର ଫ୍ରାଞ୍ଚାଇଜ ସମ୍ପର୍କରେ ଘୋଷଣା କରିଛନ୍ତି। ଯଦି ଆପଣ ଆପଣଙ୍କର ଗାଁରେ କିମ୍ବା ସହରରେ କୌଣସି ଏମଆଇ ଷ୍ଟୋର ଖୋଲିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ କେବଳ ଗୋଟିଏ ଫର୍ମ ଭରିବାକୁ ପଡିବ।
ଦେଶର କୌଣସି ବି ସାଧାରଣ ବ୍ୟକ୍ତି ନିଜ ଗାଁରେ ଏମଆଇ ଷ୍ଟୋର ଖୋଲିପାରିବେ। ମନୁ ଜୈନ ଆହୁରି ମଧ୍ୟ କହିଛନ୍ତି କି, ଯଦି ଆପଣଙ୍କ ନିକଟରେ ଫ୍ରାଞ୍ଚାଇଜ ନେବା ପାଇଁ ଟଙ୍କା ନାହିଁ, ତେବେ ଖୋଦ କମ୍ପାନି ବି ଆପଣଙ୍କୁ ଷ୍ଟୋର ଖୋଲିବାକୁ ଟଙ୍କା ସହାୟତା କରିବ।
ଯଦି ଆପଣ କମ୍ପାନି ଖୋଲିବାକୁ ଚାହୁଁଛନ୍ତି, ତେବେ ଏମଆଇ ଷ୍ଟୋର ୱେବସାଇଟକୁ ଯାଇ ଫର୍ମ ଭରିପାରିବେ। ଫର୍ମରେ ସ୍ଥାନ ସମେତ ଅନ୍ୟାନ୍ୟ ତଥ୍ୟ ଦେବାକୁ ପଡ଼ିବ। ଏହାପରେ ଆପଣଙ୍କ ନାଁ କମ୍ପାନି ରେକର୍ଡରେ ରହିଯିବ। ଏହାପରେ ଯଦି କମ୍ପାନିଙ୍କୁ ଲୋକେଶନ ବା ସ୍ଥାନ ପସନ୍ଦ ହେବ ତା’ହେଲେ ଆପଣଙ୍କୁ ଫ୍ରାଞ୍ଚାଇଜ ମିଳିପାରିବ।