ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କଳିଙ୍ଗା ଘାଟିର ଅନ୍ଧାରିକୋଟ ନିକଟରେ ଏକ ବରଯାତ୍ରୀ ବସ୍ ଓଲଟି ପଡ଼ିଛି। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଥିବା ଜଣାପଡ଼ିଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ଯାତ୍ରୀମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୫ ଜଣ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାସ୍ତର କରାଯାଇଛି।
ସ୍ଥାନୀୟ ଲୋକଙ୍କ ସୂଚନାନୁଯାୟୀ ବସ୍ଟି ବରଯାତ୍ରୀମାନଙ୍କୁ ଧରି ଆସିକା ଫେରୁଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି।