ଓଡ଼ିଶାଲାଇଭ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର
ଜୁନ୍ ୧୩ରେ ଗୁଜୁରାଟ ଉପକୂଳ ଛୁଇଁବ ସାମୁଦ୍ରିକ ଝଡ଼ ‘ବାୟୁ’
ସାମୁଦ୍ରିକ ଝଡ଼ ‘ବାୟୁ’ ଜୁନ ୧୩ ଅର୍ଥାତ ଆସନ୍ତା କାଲି ଗୁଜୁରାଟ ଉପକୂଳ ଛୁଇଁବ। ଆରବ ସାଗରରେ ସୃଷ୍ଟି ଏହି ସାମୁଦ୍ରିକ ଝଡ଼ ମହାରାଷ୍ଟ୍ରରୁ ଉତ୍ତର ଦିଗରେ ଗୁଜୁରାଟ ଆଡ଼କୁ ଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ବୁଲେଟିନ ଅନୁସାରେ ‘ବାୟୁ’ ଗୁଜୁରାଟ ଉପକୂଳ ପୋରବନ୍ଦର ଓ କଚ୍ଛ ମଧ୍ୟରେ ସ୍ଥଳ ଭାଗକୁ ଛୁଇଁପାରେ। ଫଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ଅଧିକ ଉଗ୍ର ରୂପ ନେବାର ଆଶଙ୍କା କରାଯାଉଛି।
କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଆଜି ୧୩ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସମ୍ବଲପୁରରେ ତାପମାତ୍ରା ୪୫ ଡିଗ୍ରୀ ହେବା ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲିଟିଛି।