ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଚଭୂତରେ ଲୀନ ହେଲା ଅରୁଣ ଜେଟଲୀଙ୍କ ପାର୍ଥିବଶରୀର। ଦିଲ୍ଲୀ ଯମୁନା ନଦୀ କୂଳରେ ଅବସ୍ଥିତ ନିଗମବୋଧ ଘାଟରେ ଜେଟଲୀଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଅରୁଣଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଆଯାଇଛି ଅନ୍ତିମ ବିଦାୟ। ପୁଅ ରୋହନ ଜେଟଲୀଙ୍କୁ ମୁଖାଗ୍ନି ଦେଇଛନ୍ତି।
ଆଜି ସକାଳେ ପାର୍ଥିବ ଶରୀରକୁ ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଥିଲା। ଏଠାରେ ବହୁ ନେତା ମନ୍ତ୍ରୀ ଜେଟଲୀଙ୍କୁ ଶେଷ ଦର୍ଶନ କରିଥିଲେ। ଏହାପରେ ଫୁଲରେ ସଜ୍ଜିତ ଏକ ଗାଡ଼ିରେ ଅରୁଣଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀସ୍ଥିତ ନିଗମବୋଧ ଘାଟକୁ ଅଣାଯାଇଥିଲା। ବର୍ତ୍ତମାନ ଅରୁଣଙ୍କ ଅନ୍ତିମ ସଂସ୍କାର ହୋଇଛି।
ନିଗମବୋଧ ଘାଟଗୃହ ମନ୍ତ୍ରୀ ଅମିତ ଶାହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଯୋଗ ଗୁରୁ ରାମଦେବ ପ୍ରମୁଖ ଉପସ୍ଥିତ ରହି ଅରୁଣ ଜେଟଲୀଙ୍କ ଶେଷଦର୍ଶନ କରିଥିଲେ। ବର୍ତ୍ତମାନ ପଞ୍ଚଭୂତରେ ଲୀନ ହୋଇଛି ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର।