ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରକୁ କଟକ ଓ ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସ୍ଵାଗତ ଜଣେଇଵା ଉଦ୍ଦେଶ୍ୟରେ ସହରର ପ୍ରବେଶ ଦ୍ଵାରରେ ଲାଗିଲା ସ୍ୱାଗତ ତୋରଣ।
ସହରର ପ୍ରବେଶ ଦ୍ୱାର କୁରୁଡାଠାରେ ବାଲେଶ୍ୱର ଶିଳ୍ପ ଓ ବାଣିଜ୍ୟ ସଂଘ ତରଫରୁ ଏକ ସ୍ୱାଗତ ତୋରଣ ନିର୍ମାଣ କରାଯାଇଛି। ଆଜି ଏହି ସ୍ୱାଗତ ତୋରଣକୁ ରାଜ୍ୟ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଛନ୍ତି।
ଏ ଉଦଘାଟନୀ ଉତ୍ସବରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବାଲେଶ୍ୱର ଚେମ୍ବର ଅଫ କମର୍ସର ସଭାପତି ହିମାଂଶୁ ଦାସଙ୍କ ସମେତ ବାଲେଶ୍ଵରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।