ଓଡ଼ିଶାଲାଇଭ୍‍ ବ୍ୟୁରୋ

ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ରାକେଶଙ୍କ ବିରୋଧରେ ଲଭ୍, ସେକ୍ସ ଆଉ ଧୋକ୍କା ପରି ଅଭିଯୋଗ ଆସିଛି। ବିବାହର ପ୍ରତିଶ୍ରୁତି ଦେଇ ବିଧାୟକଙ୍କ ପୁଅ ଜଣେ ଯୁବତୀଙ୍କ ସହ ଶାରୀରିକ ନିର୍ଯାତନା ଦେଇ ଆସିଥିବା ରାଉରକେଲା ମହିଳା ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜ୍ଜୁ କରି ପୀଡିତାଙ୍କ ବୟାନ ରେକର୍ଡ କରିଛି।
୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ୨ ବର୍ଷ ଧରି ରାକେଶ ସଂପୃକ୍ତ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ଗତ ୬ ମାସ ହେଲା ରାକେଶ ଏହି ଯୁବତୀଙ୍କଠାରୁ ଦୂରେଇ ଯାଇଥିଲେ। ଏପରିକି ଅନ୍ୟ ଜଣେ ଝିଅକୁ ବାହା ହେବା ପାଇଁ ରାକେଶଙ୍କର ନିର୍ବନ୍ଧ ହୋଇସାରିଥିଲା। ଏ ସମ୍ପର୍କରେ ଜାଣିପାରି ଯୁବତୀ ଜଣକ ରାକେଶଙ୍କୁ ବୁଝାଶୁଝା କରିଥିଲେ। ମାତ୍ର କିଛି ଲାଭ ମିଳି ନଥିଲା। ଶେଷରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିଛି।
ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର କରିବା, ହତ୍ୟା ଧମକ ଓ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ଆଦି ୩ଟି ଦଫା ଲଗାଇ ପୋଲିସ ତଦନ୍ତ କରୁଛି।
ଏନେଇ ରାକେଶଙ୍କ ବାପା ତଥା ବିଧାୟକ ଜର୍ଜ ତିର୍କୀ କୁହନ୍ତି, ”ଜଣେ ବାପା ହିସାବରେ କହିବି, ପୁଅ ଯଦି ଭୁଲ୍ କରିଛି ତାହାଲେ ଦଣ୍ଡ ପାଉ। ଯଦି କିଛି ଦୋଷ କରିନାହିଁ ତାହାଲେ ନିର୍ଦ୍ଦୋଶରେ ଖଲାସ ହେଉ”।
ରାଉରକେଲା ଏସପି ଉମାଶଙ୍କର ଦାସ କୁହନ୍ତି, ”ଅଭିଯୋଗ ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ଦିଗ ଉପରେ ତଦନ୍ତ ଚାଲିଛି।”
ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ପୁଅଙ୍କ ନାଁରେ ଏଭଳି ଏକ ଅଭିଯୋଗ ଆସିଥିଲା। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସ୍ତ୍ରୀ ବୋଲି ଦାବି କରି ଜଣେ ମହିଳା ନବୀନନିବାସ ସମ୍ମୁଖରେ ବ୍ଲେଡରେ ହାତ କାଟି ଚର୍ଚ୍ଚାରେ ରହିଛନ୍ତି।

Tags: Media, Love, George Tirkey, Police Case, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment