ଓଡ଼ିଶାଲାଇଭ୍‌ ବ୍ୟୁରୋ

ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣା ପ୍ରତି ମୁହୂର୍ତ୍ତରେ ଭିନ୍ନ ମୋଡ ନେଉଛି। ‘ପଣ୍ଡା ଇନଫ୍ରା’ର ଦୁଇ ନିର୍ଦ୍ଦଶେକ ସୁଜାତା ପଣ୍ଡା ଏବଂ ସନ୍ତୋଷ ପଣ୍ଡାଙ୍କ ବିରୋଧରେ କମିଶନରେଟ୍ ପୋଲିସ ‘ଲୁକ୍ ଆଉଟ୍ ସର୍କୁଲାର’ ଜାରି କରିବାର ୨ ଘଣ୍ଟା ପରେ ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଆଗୁଆ ଜାମିନ୍ ପାଇଁ ଉଭୟ ହାଇକୋର୍ଟରେ ଆବେଦନ କରିଛନ୍ତି। ଏପଟେ ନିଲମ୍ବିତ ଯନ୍ତ୍ରୀ ଦୀନବନ୍ଧୁ ବେହେରା ମଧ୍ୟ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି।
ପଣ୍ଡା ଇନଫ୍ରାର ଦୁଇ ନିର୍ଦ୍ଦେଶକ ଦେଶ ବାହାରକୁ ଯେପରି ଯାଇ ନ ପାରନ୍ତି ସେଥିପାଇଁ ସୁରକ୍ଷା କର୍ମୀ ଏବଂ ଗୃହ ବିଭାଗକୁ କମିଶନରେଟ୍ ପୋଲିସ ସଜାଗ କରିଥିଲା। ଏଥିପାଇଁ ‘ଲୁକ୍ ଆଉଟ୍ ସର୍କୁଲାର’ ଜାରି କରିଥିଲା।
ରବିବାର ନିର୍ମାଣାଧୀନ ଓଭରବ୍ରିଜ୍‍ ଭୁଶୁଡିବା ପରେ ସୋମବାର କମିଶନରେଟ୍ ପୋଲି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିଲା।
ପଣ୍ଡା ଇନଫ୍ରାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ପଣ୍ଡା, ସହକାରୀ ଯନ୍ତ୍ରୀ କିଶୋର ରାଉତ ଏବଂ ଭିପୁଲ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ଏବେ ସେମାନେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Tags: Bhubaneswar Court, Bhubaneswar News, Bomikhal Flyover, Breaking News, DCP, Judicial Custody, Latest News, Odisha Breaking News, Odisha News, Odisha Stories, Odisha Top Stories, Over Bridge Collapse, Panda Infra, Police Arrest, Pratap Panda, Project Manager, Santosh Panda, Sujata Panda, Tags: Pratap Panda, Top Stories

Comment