ଓଡିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ଭିନ୍ନ ମୋଡ ନେଉଛି ବମିଖାଲ ଫ୍ଲାଏ ଓଭର ବ୍ରିଜ୍ ଭୁଶୁଡିବା ଘଟଣା। ‘ପଣ୍ଡା ଇନଫ୍ରା’ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମଙ୍ଗଳବାର ଜେଲ୍ ଯିବା ପରେ ବୁଧବାର କମ୍ପାନୀର ଆଉ ୨ ନିର୍ଦ୍ଦେଶକଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ‘ଲୁକ୍ ଆଉଟ୍ ସର୍କୁଲାର’ ଜାରି କରିଛି। ଏହି ଦୁଇ ନିର୍ଦ୍ଦଶେକ ହେଉଛନ୍ତି ସୁଜାତା ପଣ୍ଡା ଏବଂ ସନ୍ତୋଷ ପଣ୍ଡା।
ରବିବାର ଓଭରବ୍ରିଜ ଭୁଶୁଡିବା ପରେ ସୁଜାତା ଏବଂ ସନ୍ତୋଷଙ୍କ ଖୋଜ ଖବର ମିଳୁ ନ ଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଏଣୁ ଏହି ଦୁଇ ଜଣଙ୍କୁ ଗିରଫ କରିବା ଲାଗି କମିଶନରେଟ ପୋଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି।
ପ୍ରତାପ ପଣ୍ଡା, ସୁଜାତା ପଣ୍ଡା ଏବଂ ସନ୍ତୋଷ ପଣ୍ଡାଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଆଇପିସି ୩୦୪, ୩୩୭, ୩୩୮ ଏବଂ ୩୪ ଦଫାରେ ମାମଲା ରୁଜ୍ଜୁ ହୋଇଥିଲା।

Tags: Lookout Circle, Sujata Panda, Santosh Panda, Bhubaneswar Court, Bhubaneswar News, Bomikhal Flyover, Breaking News, DCP, Judicial Custody, Latest News, Odisha Breaking News, Odisha News, Odisha Stories, Odisha Top Stories, Over Bridge Collapse, Panda Infra, Police Arrest, Pratap Panda, Project Manager

Comment