ଓଡ଼ିଶାଲାଇଭ୍ ବ୍ୟୁରୋ

କାବୁଲ୍‌ ଏୟାରପୋର୍ଟରେ ହୋଇଛି ରକେଟ୍ ମାଡ଼। ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍‌ ମୋଟିସଙ୍କୁ ଟାର୍ଗେଟ୍‌ କରି ପାଖାପଖି ୨୦ରୁ ୩୦ଟି ରକେଟ୍ ମାଡ଼ ହୋଇଛି। ତେବେ ପ୍ରତିରକ୍ଷା ମନ୍ତ୍ରୀ ମୋଟିସ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରକେଟ୍ ମାଡ଼ ପରେ କାବୁଲ୍ ଏୟାରପୋର୍ଟରୁ ସମସ୍ତ ଯାତ୍ରୀଙ୍କୁ ଖାଲି କରାଯାଇଛି। ଏହାସହ ସମସ୍ତ ବିମାନକୁ ବାତିଲ କରାଯାଇଛି।
ଭାରତ ଗସ୍ତ ସାରି ଜେମ୍ ଆଫ୍‌ଗାନିସ୍ତାନରେ ବୁଧବାର ପହଞ୍ଚିଛନ୍ତି। ସ୍ଥାନୀୟ ୱେବସାଇଟ୍ ‘ଟୋଲୋ ନ୍ୟୁଜ’ ମୁତାବକ କାବୁଲ୍ ହମିଦ୍ କାର୍ଜାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉପରେ ପୂର୍ବାହ୍ନ ୧୧ଟା ୧୫ରେ ପ୍ରଥମେ ରକେଟ୍ ମାଡ଼ ହୋଇଥିଲା। ପ୍ରଥମ ରକେଟ୍ ମାଡ଼ର ଅଳ୍ପ ସମୟ ପୂର୍ବରୁ ମୋଟିସ୍ ଏହି ବିମାନ ବନ୍ଦରରେ ପହଞ୍ଚଥିଲେ। ଏହି ରକେଟ୍ ମାଡ଼ରେ ‘ତାଲିବାନ୍’ ଆତଙ୍କବାଦୀ ସଙ୍ଗଠନର ହାତ ରହିଥିବା ଜଣାପଡ଼ିଛି।

Comment