ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ନକହିବା ପ୍ରସଙ୍ଗ ଏବେ ପୁଣି ଚର୍ଚ୍ଚାରେ। ଓଡ଼ିଆ ନକହିବାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ଆସୁଥିଲେ। ହେଲେ ଆଜି ନିଜ ଦଳ ଭିତରୁ ଉଠିଛି ବିଦ୍ରୋହ। ପୂର୍ବତନ ସାଂସଦ ବୈଷ୍ଣବ ଚରଣ ପରିଡ଼ା ମୁଖ୍ୟମନ୍ତ୍ରୀ ଓଡ଼ିଆ ନକହିବାକୁ ନେଇ ସମ୍ବଲପୁରରେ ଟାର୍ଗଟେ କରିଛନ୍ତି।
ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ସମ୍ବଲପୁରରେ ଆୟୋଜିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ବୈଷ୍ଣବ ପରିଡ଼ା ଯୋଗଦେଇ ସିଧାଳସଳଖ ମୁଖ୍ୟମନ୍ତ୍ରୀ ଏବଂ ଅଫିସରଙ୍କୁ ବାଣ ମାରିଥିଲେ। ଆଜି ପର୍ଯ୍ୟନ୍ତ କାହିଁକି ଓଡ଼ିଆ କହିପାରୁ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଓଡ଼ିଆ ନ ଜାଣିଲେ ଶାସନ କରିବାର ଅଧିକାର ନାହିଁ ବୋଲି ସେ ପରୋକ୍ଷରେ କହିଛନ୍ତି। ଆଗାମୀ ଦିନରେ ‘ଓଡ଼ିଆ ନାହିଁ ତ ଭୋଟ ନାହିଁ’ ସ୍ଲୋଗାନ୍ ଦିଆଯିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।
ବୈଷ୍ଣବ ପରିଡ଼ାଙ୍କୁ ଟାର୍ଗଟେ କରିଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆରେ ଯେତିକି ଜ୍ଞାନ ଅଛି ବୈଷ୍ଣବଙ୍କର ସେତିକି ନଥିବ। ନବୀନ ପଟ୍ଟନାୟକ ଓଡ଼ିଆ ବୁଝୁଛନ୍ତି ବୋଲି ସେ ୧୭ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ରହିଛନ୍ତି। ପୂର୍ବରୁ ମଧ୍ୟ ବୈଷ୍ଣବ ମୁଖ୍ୟମନ୍ତ୍ରୀ ଓଡ଼ିଆ ନକହିବା ନେଇ ସମାଲୋଚନା କରିଥିଲେ। ଏବେ ପୁଣି ସମାନ ପ୍ରସଙ୍ଗକୁ ନେଇ ଟାର୍ଗଟେ କରିଥିବାରୁ ଦଳ ଭିତରେ କମ୍ପନ ହୋଇଛି।

 

 

LEAVE A REPLY

Please enter your comment!
Please enter your name here