ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକରେ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ୧୦୧ଟି ସହରାଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ଏହି ଶିଳାନ୍ୟାସ କରିଛନ୍ତି। ୭୮୩ କୋଟି ଟଙ୍କାରେ ୫୫୫ଟି ଜଳ ଯୋଗାଣ ପ୍ରକଳ୍ପ କରାଯିବ। ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଏହାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ୭୪ଟି ସହରାଞ୍ଚଳରେ ୧୫୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୮୨ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।
କଟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏନେଇ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଧାରିତ ସମୟରେ ଏହି ଉତ୍ସବରେ ଯୋଗଦେଇ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସହରାଞ୍ଚଳର ପ୍ରତି ଘରକୁ ପାଇପ୍‌ ମାଧ୍ୟମରେ ପାନୀୟ ଜଳ ଯୋଗାଣ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଛି। ବର୍ଷେ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ସହରାଞ୍ଚଳର ଗରିବ ପରିବାର ଏଥିରେ ଉପକୃତ ହେବେ।”
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପଳାଶୁଣୀଠାରେ ୬୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ୱାଟର ଟେଷ୍ଟିଂ ଲ୍ୟାବରୋଟେରୀ ଲୋକାର୍ପଣ କରିଛନ୍ତି।

 

Comment