ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେଳ ରୋକ୍ କରୁଥିବା ବ୍ୟକ୍ତି ଏଣିକି ସତକଁ ହୋଇ ଯାଆନ୍ତୁ। କାରଣ ରେଳ ରୋକ୍ କଲେ ରୁଜୁ ହେବ ଅପରାଧୀକ ମାମଲା। ପୋଲିସ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାସହ ରେଳ ସୁରକ୍ଷା ସମ୍ବନ୍ଧିତ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ରାଜ୍ୟର ଅଧିକ ଷ୍ଟେସନରେ ସିସିଟିଭି ଲଗାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ମାଓବାଦୀ ଉପଦ୍ରୁତ ଷ୍ଟେସନରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ଗୁରୁତ୍ବ ଦିଆଯାଇଛି। ଏହି ବୈଠକରେ ଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଆନ୍ଦୋଳନ ଆଳରେ ଚାଲିଥିଲା ରେଳ ରୋକ୍। ଫଳରେ ଯାତ୍ରୀମାନେ ଅସୁବିଧା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Comment