ଓଡ଼ିଶାଲାଇଭ୍‍ ବ୍ୟୁରୋ

ନରେନ୍ଦ୍ର ମୋଦି ୨୦୧୪ ମସିହା ମେ ୨୬ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଏହି ସାଢେ ତିନି ବର୍ଷ ସମୟ ଭିତରେ ତାଙ୍କର ସବୁଠାରୁ ବଡ଼ ସଫଳତା ହେଲା ଭାଷଣବାଜି। ପ୍ରଧାନମନ୍ତ୍ରୀ ହେବା ପରଠାରୁ ସେ ସର୍ବମୋଟ ୭୭୫ ଥର ଭାଷଣ ଦେଇସାରିଛନ୍ତି। ବିଭିନ୍ନ ଖବରକାଗଜ, ପ୍ରେସ୍‍ ଇନ୍‌ଫରମେସନ୍‍ ବ୍ୟୁରୋ ଓ ପ୍ରଧାନମନ୍ତ୍ରୀଙ୍କ ଅଫିସର ୱେବ୍‍ସାଇଟ୍‌ରୁ ଏହି ସଂଖ୍ୟା ହାସଲ କରାଯାଇଛି।
ଯଦି ନରେନ୍ଦ୍ର ମୋଦି ଦେଇଥିବା ଭାଷଣକୁ ଅଙ୍କରେ କଷାଯାଏ, ତାହାଲେ ପ୍ରତି ମାସରେ ସେ ୧୯ ଥର ଭାଷଣ ଦେଇଛନ୍ତି। ମାନେ ପ୍ରତି ୩ ଦିନରେ ସେ କେଉଁଠି ନା କେଉଁଠି ସାଧାରଣ ସଭାରେ ଲୋକଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ୭୭୫ଟି ଭାଷଣ ମଧ୍ୟରୁ ଅଧିକାଂଶ କମ୍‍ ସମୟର। ଏହିସବୁ ଭାଷଣରେ ପ୍ରଧାନମନ୍ତ୍ରୀ ଅଧ ଘଣ୍ଟାରୁ ଅଧିକ ସମୟ ବିତେଇନାହାନ୍ତି। ନଭେମ୍ବର ୨୦୧୫ରେ ନରେନ୍ଦ୍ର ମୋଦି ସର୍ବାଧିକ ଥର ଭାଷଣ ଦେଇଥିଲେ। ଏହାର ସଂଖ୍ୟା ହେଉଛି ୩୬।
ଅପରପକ୍ଷରେ, ତାଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ଥିବା ଡକ୍ଟର ମନମୋହନ ସିଂ ନିଜର ୧୦ ବର୍ଷ କାର୍ଯ୍ୟକାଳ ଭିତରେ ମାତ୍ର ୧୪୦୧ଟି ଭାଷଣ ଦେଇଛନ୍ତି। ଅର୍ଥାତ୍‍ ମାସକୁ ସେ ମାତ୍ର ୧୧ଟି ସଭାରେ ଉଦ୍‌ବୋଧନ ଦେଇଥିଲେ।

Comment