ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ବିଶିଷ୍ଟ କଣ୍ଠଶିଳ୍ପୀ ‘ମାନ୍ନା ଦେ’ଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଭୁବନେଶ୍ବରରେ ଆୟୋଜିତ ହୋଇଛି ‘ମାନ୍ନା ଦେ ନାଇଟ୍’। ସୁଷମା ସଙ୍ଗୀତ ସଦନ ପକ୍ଷରୁ ଏହି କାର୍ଯ୍ୟକ୍ରମ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଛି। ଏହାର ନାଁ ରହିଛି ‘ଏ ଭାଇ ଜରା ଦେଖ୍‌ କେ ଚଲୋ।’

ବିଶିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ରନ୍‌ଦୀପ୍ ପାଲିତ, ବନ୍ଦିଶ ପାଲିତ ଏବଂ ନନ୍ଦିନୀ ମହାନ୍ତି ଉପସ୍ଥିତ ରହି ମାନ୍ନା ଦେଙ୍କ ଗୋଟିଏ ପରେ ଗୋଟିଏ ଚିର ସବୁଜ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଆଉ ଦର୍ଶକ ଏହି ଗୀତରେ ଝୁମିଥିଲେ। ଗୀତରେ ମାନ୍ନା ଦେଙ୍କ ସ୍ମୃତିଚାରଣ କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମକୁ ସିଆର୍‌ପିଏଫ୍‌ ଡିଆଇଜି ରାଜେଶ କୁମାର, ପୂର୍ବତନ ଆଇଏଏସ୍‌ ଅଫିସର ଅଶୋକ ତ୍ରିପାଠୀ, ରୋଟାରିଆନ୍‌ ଧୀରେନ୍ଦ୍ର କୁମାର ରାୟ, ସମାଜସେବୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ।

ଲକ୍ଷ୍ମୀକାନ୍ତ ପାଲିତ କହିଛନ୍ତି, “ଭାରତର ଜଣେ ପ୍ରସିଦ୍ଧ କଣ୍ଠଶିଳ୍ପୀ ହେଉଛନ୍ତି ମାନ୍ନା ଦେ। ଭାରତୀୟ ସଙ୍ଗୀତ ଜଗତକୁ ସେ ଯେଉଁ ଅବଦାନ ଦେଇଛନ୍ତି ତାର ସ୍ମୃତିଚାରଣ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦର୍ଶକଙ୍କ ସ୍ନେହ, ଭଲପାଇବାକୁ ଆଧାର କରି ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜନ କରାଯାଉଛି। ଏହା ଆଗକୁ ମଧ୍ୟ ଜାରି ରହିବ।”

ଅଶ୍ବିନୀ ମହାନ୍ତି ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଗୁଲସମ୍‌ ନଦୀମ୍‌ ସଙ୍ଗୀତ କାର୍ଯ୍ୟକ୍ରମରେ ଆଙ୍କରିଂ କରିଥିଲେ। ‘ଓଡ଼ିଶାଲାଇଭ୍’ ଏହି କାର୍ଯ୍ୟକ୍ରମର ଡିଜିଟାଲ ପାର୍ଟନର ରହିଛି।

 

Comment