ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ବିଶିଷ୍ଟ କଣ୍ଠଶିଳ୍ପୀ ‘ମାନ୍ନା ଦେ’ ଏବଂ ‘ୟେସୁ ଦାସ’ଙ୍କୁ ସଙ୍ଗୀତ ମାଧ୍ୟମରେ ମନେପକାଇଛନ୍ତି କଳାକାର। ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ସୁଷମା ସଙ୍ଗୀତ ସଦନ ପକ୍ଷରୁ ଆୟୋଜିତ ‘ତୁ ପ୍ୟାର କା ସାଗର ହୈ’ କାର୍ଯ୍ୟକ୍ରମରେ ମାନ୍ନା ଦେ ଏବଂ ୟେସୁ ଦାସଙ୍କ ସଙ୍ଗୀତରେ ଦର୍ଶକ ଝୁମିଥିଲେ।

ବିଶିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ଏହି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ରନ୍‌ଦୀପ୍ ପାଲିତ, ବନ୍ଦିଶ ପାଲିତ ଏବଂ ନନ୍ଦିନୀ ମହାନ୍ତି ମାନ୍ନା ଦେ ଏବଂ ୟେସୁ ଦାସଙ୍କ ଗୋଟିଏ ପରେ ଗୋଟିଏ ଚିର ସବୁଜ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଦର୍ଶକ ଏହି ଗୀତରେ ଝୁମିଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜଗନ୍ନାଥ ପ୍ରଧାନ, ରୋଟାରିଆନ ଦିବ୍ୟରଞ୍ଜନ ଦାସ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶୋକ ତ୍ରିପାଠୀ, ସୁଷମା ସଙ୍ଗୀତ ସଦନର ସଭାପତି ଡି କେ ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

“ମାନ୍ନା ଦେଙ୍କ ଭଳି ସଙ୍ଗୀତଜ୍ଞ ଆଉ ଭାରତରେ ଜନ୍ମ ହେବେ କି ନାହିଁ ସନ୍ଦେହ। ସେ ଯେଉଁ ଚିରସବୁଜ ସଙ୍ଗୀତ ଭାରତୀୟ ସଙ୍ଗୀତ ଜଗତକୁ ଦେଇଛନ୍ତି ତାହା ଚିରସ୍ମରଣୀୟ। ମାନ୍ନା ଦେ ଏବଂ ୟେସୁ ଦାସଙ୍କ ସଙ୍ଗୀତରେ ଏବେ ବି ଶ୍ରୋତା ଏବଂ ଦର୍ଶକ ମତୁଆଲା ହେଉଛନ୍ତି”, କହିଛନ୍ତି ଲକ୍ଷ୍ମୀକାନ୍ତ ପାଲିତ।

ଏହି କାର୍ଯ୍ୟକ୍ରମରେ ମୋଟ ୨୩ଟି ଗୀତ ପରିବେଷଣ କରାଯାଇଛି। ଓଡ଼ିଶାଲାଇଭ୍‌ ଡିଜିଟାଲ ମିଡିଆ ପାର୍ଟନର୍ ରହିଛି।

Comment