(ଓଡ଼ିଶାଲାଇଭ୍ ବ୍ୟୁରୋ)
ଚାଷୀକୂଳକୁ ଆଶ୍ବସ୍ତ କରିଛନ୍ତି ରାଜ୍ୟ ସରକାର। ଚକଡ଼ା ପୋକ ପ୍ରଭାବରେ ଫସଲ ପୋଡ଼ୁଥିବା ଚାଷୀଙ୍କୁ ମିଳିବ କ୍ଷତିପୂରଣ। ଏ ସର୍ମ୍ପକରେ ଆଜି ସଚିବାଳୟରେ ବସିଥିବା କୃଷି କ୍ୟାବିନେଟରେ ନିଆଯାଇଛି ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏବଂ ବିଭାଗୀୟ ସଚିବମାନେ ବସି ଏହି ନିଷ୍ପତ୍ତି ନେଇଛନ୍ତି।
କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତ୍ତି
-ଜଳସେଚିତ ଅଞ୍ଚଳର ପ୍ରଭାବିତ ଚାଷୀଙ୍କୁ ହେକ୍ଟର ପିଛା ମିଳିବ ୧୩,୫୦୦
-ଅଣଜଳସେଚିତ ଅଞ୍ଚଳ ଚାଷୀଙ୍କୁ ମିଳିବ ୬,୮୦୦
-ସାର, କୀଟନାଶକ ବାବଦରେ ମିଳିବ ୭୫ ପ୍ରତିଶତ ରିହାତି
-ବିଷ ସ୍ପ୍ରେ ପାଇଁ ୧୦ ହଜାର ସ୍ପ୍ରେୟର ଚାଷୀଙ୍କୁ ଯୋଗାଇ ଦିଆଯିବ
-୫୦ ହଜାର କ୍ଷତିଗ୍ରସ୍ତ ଭୂମିହୀନ ଓ ଭାଗଚାଷୀଙ୍କୁ କୁକୁଡ଼ା ଚିଆଁ ଯୋଗାଇ ଦିଆଯିବ
-୧ ଲକ୍ଷ ଧାନ ବିହନ ମିନି କିଟ୍ ଏବଂ ୫୦ ହଜାର ପରିବା କିଟ୍ ଚାଷୀଙ୍କୁ ଯୋଗାଇ ଦିଆଯିବ
-ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କୁ ପମ୍ପସେଟ୍ ବାଦରେ ମିଳି ୧୫ ହଜାର ଟଙ୍କାର ସବ୍ସିଡ୍
-୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ବଳ୍ପମିଆଦି ଋଣକୁ ଦୀର୍ଘ ମିଆଦି କରାଯିବ
-କ୍ଷତିଗ୍ରସ୍ତ ଅଞ୍ଚଳର ପିଲାଙ୍କ ପାଇଁ ସ୍କୁଲ, କଲେଜ ଟ୍ୟୁସନ୍ ଫି ଛାଡ଼ କରାଯିବ