ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୂର୍ବ ଭାରତ ବିକାଶରେ ସହାୟକ ହେବ ଝାରସୁଗୁଡ଼ା
  • ଏଚ୍‌ପିସିଏଲ୍ ଏବଂ ବିପିସିଏଲ୍‌ ପକ୍ଷରୁ ପ୍ରତିଷ୍ଠା ହେବ ଆଉ ଏକ ଟର୍ମିନାଲ
  • ଏୟାରପୋର୍ଟ ଲୋକାର୍ପଣ ଖବୁଶୀଘ୍ର କହିଲେ ଧର୍ମେନ୍ଦ୍ର

“ପୂର୍ବ ଭାରତରେ ଓଡ଼ିଶା ଏବଂ ଝାରସୁଗୁଡ଼ା ଜିଲ୍ଲାରେ ରହିଛି ଅପାର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତ ବିକାଶ ପ୍ରାଥମିକତାରେ ଏହି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ସହାୟକ ହୋଇପାରିବ”, ଝାରସୁଗଡ଼ାଠାରେ ଅଏଲ ଟର୍ମିନାଲ ଲୋକାର୍ପଣ କରି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ଝାରସୁଗଡ଼ାଠାରେ ଶ୍ରୀ ପ୍ରଧାନ ଅଏଲ ଟର୍ମିନାଲ ସମେତ ପାରାଦୀପ-ରାୟପୁର-ରାଞ୍ଚି ପାଇପ୍ ଲାଇନ୍, ଜଟଣୀର ପରିବର୍ଦ୍ଧିତ ତଥା ଝାଡଖଣ୍ଡର ରାଞ୍ଚି ଅଏଲ ଟର୍ମିନାଲ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ, କିରୋସିନ୍ ସଡ଼କ ମାର୍ଗରେ ପରିବହନ ହେବା ପରିବେର୍ତ୍ତ କମ୍ ଖର୍ଚ୍ଚରେ ଏବଂ ସହଜରେ ପାଇପ୍ ଲାଇନ୍ ଜରିଆରେ ହୋଇପାରିବ। ଖୁବଶୀଘ୍ର ଏଚ୍‌ପିସିଏଲ୍ ଏବଂ ବିପିସିଏଲ୍‌ ଦ୍ବାରା ଆୟୋଜିତ ଆଉ ଗୋଟିଏ ଅଏଲ ଟର୍ମିନାଲ ଝାରସୁଗୁଡ଼ା ଜିଲ୍ଲାରେ ପ୍ରତିଷ୍ଠା ହେବ।

ପାଇପ୍ ଲାଇନ୍ ଏବଂ ଟର୍ମିନାଲ ପାଇଁ ୨୮୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଝାରସୁଗୁଡ଼ା ଟର୍ମିନାଲ ପ୍ରକଳ୍ପରେ ୧୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ପ୍ରକଳ୍ପ ଶୁଭାରମ୍ଭବ ହୋଇଥିବାରୁ ଏଣିକି ପାରାଦୀପ ପରିବର୍ତ୍ତେ ଝାରସୁଗୁଡ଼ାରୁ ଟ୍ରକ ଯୋଗେ ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାକୁ ପେଟ୍ରୋଲ, ଡିଜେଲ ଏବଂ କିରୋସିନ୍ ଯିବ। ଖୁବଶିଘ୍ର ଝାରସୁଗଡ଼ାଠାରେ ଏୟାରପୋର୍ଟ ଲୋକାର୍ପଣ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comment