ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିଶ୍ଵ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ବିଭିନ୍ନ ଦଳର ସଦସ୍ୟଙ୍କ ଦାବି ପରେ ବିଧାନସଭା ଅଧିବେଶନକୁ ମୁଲତବୀ ଘୋଷଣା କରାଯାଇଛି। ସୋମବାର ଯାଏଁ ଗୃହ ମୁଲତବୀ ରହିବ।

ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିଅମରେ ଉଦଘାଟିତ ହେବ ବିଶ୍ଵ ହକି ଲିଗ୍। ୧୦ ତାରିଖ ପର୍ଯ୍ୟନ୍ତ ଏହି ଖେଳ ଚାଲିବ। ପୁଲ ‘ଏ’ରେ ଆର୍ଜେଣ୍ଟିନା, ନେଦରଲ୍ୟାଣ୍ଡ, ବେଲଜିୟମ୍ ଓ ସ୍ପେନ୍ ଖେଳିବେ। ସେହିଭଳି ପୁଲ ‘ବି’ରେ ଭାରତ, ଅଷ୍ଟ୍ରେଲିଆ, ଜର୍ମାନୀ ଓ ଇଂଲଣ୍ଡ ଖେଳିବେ।

ଏହି ବିଶ୍ଵ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବା ପାଇଁ ବିଭିନ୍ନ ଦଳର ସଦସ୍ୟଙ୍କ ଦାବି ପରେ ବିଧାନସଭା ଅଧିବେଶନକୁ ମୁଲତବୀ ଘୋଷଣା କରାଯାଇଛି। ସୋମବାର ଯାଏଁ ଗୃହ ମୁଲତବୀ ରହିବ।

ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ନାବାଳିକା ଦୁଷ୍କର୍ମ  ପ୍ରସଙ୍ଗ ଉଠିଥିଲା। ଏ ନେଇ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। ଶୂନ୍ୟ କାଳରେ ଏହି ପ୍ରସଙ୍ଗକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଠାଇଥିଲେ। ରାଜକନିକାରେ ତିନି ବର୍ଷ ବୟସର ଶିଶୁକୁ ଦୁଷ୍କର୍ମ କରାଯିବା ଘଟଣାରେ କଂଗ୍ରେସ ସଦସ୍ୟ ପାଟି ତୁଣ୍ଡ କରିଥିଲେ। ଏଥିରେ ବିଧାୟକ ଶ୍ରୀ ମିଶ୍ର ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ।

ଗୃହକୁ ଅପରାହ୍ନ ପରଠାରୁ ମୁଲତବୀ ଘୋଷଣା କରାଯାଇଥିଲା।

Comment