ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୁଟୁନି ସୀମା ବିବାଦ। ଏବେ ବି ଓଡ଼ିଶାର ୯୬ଟି ଗାଁ ରହିଛି ପଡୋଶୀ ରାଜ୍ୟ ଅକ୍ତିଆରରେ। ବିଧାନସଭାରେ ରାଜସ୍ୱମନ୍ତ୍ରୀ ଦେଇଛନ୍ତି ଏହି ତଥ୍ୟ।

ଓଡ଼ିଶାର ୯୬ଟି ଗାଁକୁ ଅକ୍ତିଆର୍ କରିଛନ୍ତି ପଡୋଶୀ ରାଜ୍ୟ। ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଏହି ଗାଁକୁ ଅକ୍ତିଆର କରିଥିବା ବିଧାନସଭାରେ ସରକାର ମାନିଛନ୍ତି।

ବିଜେଡି ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏହି ପ୍ରଶ୍ନ ପ୍ରଚାରିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ଉତ୍ତର ଦେଇଛନ୍ତି।

ପୂର୍ବରୁ ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ସୀମା ବିବାଦ ଲାଗି ରହିଛି। କୋରାପୁଟ ଜିଲ୍ଲାର ୨୨, ଗଞ୍ଜାମର ୨୧, ଗଜପତିର ୧୬ ଓ ରାୟଗଡ଼ା ଜିଲ୍ଲାର ୫ଟି ଗାଁକୁ ନେଇ ଓଡ଼ିଶାର ସୀମା ବିବାଦ ଲାଗି ରହିଛି।

ସେହିପରି ବାଲେଶ୍ବର ଜିଲ୍ଲାର ୬ଟି ଗାଁ, ମୟୂରଭଞ୍ଜ ଜିଲ୍ଲାର ୮ଟି ଗାଁକୁ ନେଇ ପଶ୍ଚିମବଙ୍ଗ ସହ ବିବାଦ ଲାଗି ରହିଛି। ମୟୁରଭଞ୍ଜ ଜିଲ୍ଲାର ୨ଟି, କେନ୍ଦୁଝର ଜିଲ୍ଲାର ୫ଟି, ସୁନ୍ଦରଗଡ ଜିଲ୍ଲାର ୬ଟି ଗାଁ ଉପରେ ଝାଡଖଣ୍ଡ ପ୍ରଭାବ ବିସ୍ତାର କରିଛି। ଏଣୁ ଛତିଶଗଡ ସହ ମଧ୍ୟ ବିବାଦ ଲାଗି ରହିଛି।

ପଡ଼ୋଶୀ ରାଜ୍ୟକୁ ଓଡ଼ିଶା ସରକାର ତଥ୍ୟ ମାଗିଛନ୍ତି। ହେଲେ ସେମାନେ ତଥ୍ୟ  ଦେଇ ନଥିବାରୁ ବିବାଦ ସମାଧାନ ହୋଇପାରୁ ନଥିବା ମନ୍ତ୍ରୀ କହିଛନ୍ତି।

Comment