ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ରାଜନୀତି ଛାଡ଼ି ସୋନିଆ ଗାନ୍ଧି ଗୋଆ ଯାଇଛନ୍ତି। ରାହୁଲ ଗାନ୍ଧିଙ୍କ ହାତରେ କଂଗ୍ରେସ ଦାୟିତ୍ୱ ସମର୍ପି ଦେଇ ସୋନିଆ ଗୋଆରେ ଛୁଟି କାଟୁଛନ୍ତି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଗୋଆରେ ଛୁଟି କାଟୁଛନ୍ତି। ସାଉଥ୍‌ ଗୋଆରେ ଗୁରୁବାର ସକାଳେ ସୋନିଆ ସାଇକେଲ୍ ଚଲାଉଥିବା ଫଟୋ ଭାଇରାଲ୍ ହୋଇଛି। ସୋନିଆ ସାଇକେଲ୍ ଚଲାଉଥିବା ଖବର ପ୍ରଚାର ହୋଇଯିବା ପରେ ଆଖପାଖରେ ଥିବା ଲୋକ ସୋନିଆଙ୍କ ପାଖରେ ଭିଡ଼ ଲଗାଇଥିଲେ। ତାଙ୍କ ସହ ସେଲ୍‌ଫି ନେଇଥିଲେ।

ଦିଲ୍ଲୀ ରାଜନୀତି ଛାଡ଼ି ସୋନିଆ ରିଲାକ୍ସ ହେବା ପାଇଁ ଗୋଆ ଆସିଛନ୍ତି। ସେ ସାଉଥ୍‌ ଗୋଆର ଲୀଳା ହୋଟେଲରେ ରହୁଥିବା ଜଣାପଡ଼ିଛି। ନୂଆବର୍ଷ ପରେ ସୋନିଆ ଦିଲ୍ଲୀ ଫେରିବେ।

କଂଗ୍ରେସ ଅଧ୍ୟକ୍ଷା ଥିବା ବେଳେ ସୋନିଆ କେବେ ବି ଛୁଟି କଟାଇବାକୁ ବାହାରକୁ ଯାଇ ନଥିଲେ। ହେଲେ ନିକଟରେ ସେ ଅଧ୍ୟକ୍ଷା ପଦ ଛାଡ଼ିଛନ୍ତି। ରାହୁଲ ଗାନ୍ଧି କଂଗ୍ରେସର ନୂଆ ଅଧ୍ୟକ୍ଷ ହୋଇଛନ୍ତି। ଏହାସହ ସକ୍ରିୟ ରାଜନୀତିରୁ ଅବସର ନେବାକୁ ସୋନିଆ ମଧ୍ୟ ଇସାରା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ପଦବୀ ଛାଡ଼ିବା ପରେ ସୋନିଆଙ୍କୁ ଗୋଆରେ ପ୍ରଥମ ଥର ପାଇଁ ଲୋକେ ରିଲାକ୍ସ ମୁଡରେ ଦେଖିଛନ୍ତି।

ଲୀଳା ହୋଟେଲରେ ସୋନିଆ ବ୍ରେକ୍‌ଫାଷ୍ଟରେ ମସଲା ଦୋଷା ଖାଇ ସାଇକେଲରେ ବାହାରକୁ ବାହାରିଥିଲେ। କୁହାଯାଉଛି ସୋନିଆଙ୍କ ସହ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଗୋଆ ଆସିଛନ୍ତି। କିଛିଦିନ ତଳେ ପ୍ରିୟଙ୍କା ଆସିଥିଲେ ଏହି ହୋଟେଲକୁ। ଦୀପାବଳି ପରେ ଦିଲ୍ଲୀବାସୀ ଯେତେବେଳେ ପ୍ରଦୂଷଣକୁ ନେଇ ଦୁର୍ଦ୍ଦଶାରେ ପଡ଼ିଥିଲେ ସେତେବେଳେ ପ୍ରିୟଙ୍କା ଏଠାକୁ ଆସିଥିଲେ।

Comment