ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷକୁ ନେଇ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିବା ବେଳେ ପୁରୀରେ ଆଦିତ୍ୟ ବାହିନୀ କରିଛି ବିରୋଧ। ଅପସଂସ୍କୃତିର ପ୍ରଚାର ବନ୍ଦ ଦାବିରେ ଏହି ସଙ୍ଗଠନ କରିଛି ବିକ୍ଷୋଭ।

“ପ୍ରତିବର୍ଷ ଜାନୁଆରୀ ପହିଲାରେ ନବବର୍ଷ ପାଳନ କରିବା ଓଡ଼ିଆ ପରମ୍ପରା ନୁହେଁ। ମହାବିଷୁବ ସକ୍ରାନ୍ତି ହେଉଛି ଓଡ଼ିଆ ନବବର୍ଷ। ସେହିପରି ଚୈତ୍ର ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ। ଏହାକୁ ପାଳନ କରାଯାଉ। ନୂଆବର୍ଷ ପାଳନ ନାମରେ ଅପସଂସ୍କୃତିର ପ୍ରଚାର ବନ୍ଦ ହେଉ”, ଏଭଳି ସ୍ଲୋଗାନ ଦେଇ ଶ୍ରୀମନ୍ଦର ସମ୍ମୁଖରେ ଗର୍ଜିଥିଲା ଆଦିତ୍ୟ ବାହିନୀ।

ଆଦିତ୍ୟ ବାହିନୀର ଶହ ଶହ ସମର୍ଥକ ପ୍ଲାକାର୍ଡଧରି ପୁରୀ ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନୂଆବର୍ଷ ପାଇଁ  ପୁରୀ ସମୁଦ୍ରକୂଳ ସହିତ  ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ ଜମିଥିବାରୁ ସେଠାରେ ପହଞ୍ଚି ଥିଲେ ଆଦିତ୍ୟ ବାହିନୀର ସମର୍ଥକମାନେ । ଆପଣା ସଂସ୍କୃତି ବଜାୟ ରଖିବାକୁ ଲୋକଙ୍କୁ କରିଥିଲେ ସଚେତନ। ପୂର୍ବରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଇଂରାଜୀ ନବବର୍ଷ ପାଳନକୁ ବିରୋଧ କରିଥିଲେ। ଶ୍ରୀମନ୍ଦିର ସମେତ ବିଭିନ୍ନ ମଠ ମନ୍ଦିରରେ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନ କରିବାକୁ ସେ ରାଜ୍ୟ ସରକାରେଙ୍କୁ ପରାମର୍ଶ ଦେଇଥିଲେ।

Comment