ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ  ଉତ୍ସବର ତୃତୀୟ ଦିବସରେ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର ହୋଇଥିଲେ। ଏକକ ନୃତ୍ୟରୁ ଆରମ୍ଭ ହୋଇ ପରେ ଦ୍ବୈତ ଓ ଦଳଗତ ନୃତ୍ୟରେ ଶେଷ ହୋଇଥିଲା।

ଏହି ଉତ୍ସବରେ ଡକ୍ଟର ରତ୍ନା ରୟ, ଗୁରୁ ଦୁର୍ଗା ଚରଣ ରଣବୀର ଏବଂ ଗୁରୁ ଧନେଶ୍ୱର ସ୍ୱାଇଁ ଉପସ୍ଥିତ ଥିଲେ। ଆମେରିକାରୁ ଆସିଥିବା ଏକକ ନୃତ୍ୟ ଶିଳ୍ପୀ ସଂସ୍ଥିତା ପଟ୍ଟନାୟକ ଶୁଦ୍ଧ ନୃତ୍ୟ, ପଲ୍ଲବୀ, ଏକତାଳୀ ପରିବେଷଣ କରିଥିଲେ। ବମ୍ବେରୁ ଆସିଥିବା ନୃତ୍ୟଶିଳ୍ପୀ ମନସ୍ୱନୀଙ୍କ ଦ୍ୱାରା ଅଭିନୟ “ବ୍ରଜକୁ ଚୋର ଆସିଛି’ ପରିବେଷିତ ହୋଇଥିଲା । ପରେ ଦ୍ୱୈତ୍ୟ ନୃତ୍ୟ ମୁନ୍‌ମୁନ୍‌ ସିଂ ଓ ସ୍ୱପ୍ନା ଦତ୍ତଙ୍କ ଦ୍ୱାରା ଅଭିନୟ “ସୁମନାକୁ କଲି ମନା ଯମୁନାକୁ ଯାନା’ ଯାହା ରାଗ ମିଶ୍ରଖମାଜ ଓ ତାଳ ରୂପକ ଉପରେ ପର୍ଯ୍ୟବେଷିତ ଥିଲା। ପରେ ଏକକ ନୃତ୍ୟରେ ଭୁବନେଶ୍ୱରର ଅନିଶା ଅନୁକମ୍ପାଙ୍କ ଦ୍ୱାରା ଅଭିନୟ (ଛାନ୍ଦ) “ଦିନେ ଦିନେ ଚାତୁରୀ ପ୍ରେମେ ହୋଇ ଆତୁରୀ’ ଓ କଟକର ସୁଜ୍ଞାନୀ ମହାପାତ୍ରଙ୍କ ଦ୍ୱାରା ଅଭିନୟ ଅଷ୍ଟପଦୀ ପରିବେଷିତ ହୋଇଥିଲା  । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଦିଲ୍ଲୀରୁ ଆସିଥିବା ପ୍ରଜ୍ଞା ଘୋଷଙ୍କ ଦ୍ୱାରା ଅଭିନୟ “ଦଶାବତାର’ ପରେ ସାକ୍ଷିଗୋପାଳ ନୃତ୍ୟ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପର୍ଯ୍ୟାୟରେ ଅଭିନୟ “ବନଦୁର୍ଗା’ ଏବଂ ଶେଷରେ ଆମେରିକାରୁ ଆସିଥିବା ଅପରୂପା ଚାଟାର୍ଜି ଓ ସାଥୀଙ୍କ ଦ୍ୱାରା ଅଭିନୟ “ବନ୍ଦେ ମାତରଂ’ ପରିବେଷଣ କରାଯାଇଥିଲା।

ସନ୍ଧ୍ୟା ଅଧିବେଶନର ଅତିଥି ଥିଲେ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଳକାନ୍ତ ମିଶ୍ର, ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ବିଶାରଦ ଡକ୍ଟର ମିନତୀ ମିଶ୍ର, ପଦ୍ମଶ୍ରୀ ଅରୁଣା ମହାନ୍ତି, ଗୁରୁ ରତିକାନ୍ତ ମହାପାତ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ସଙ୍ଗୀତା ଗୋସାଇଁ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ ।

Comment