ଓଡ଼ିଶାଲାଇଭ୍‍ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରୀ ଟ୍ରେନକୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଟ୍ରେନ୍‌ ଆନ୍ଧ୍ରପ୍ରଦେଶର ତିରୁପତି ଏବଂ ଭେଲୋରକୁ ଯାତ୍ରା କରିଛି। ୯୫୭ ଜଣ ବରିଷ୍ଠ  ନାଗରିକ ଯାତ୍ରା କରିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରୀ ଟ୍ରେନ୍‌ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମପୁର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛି ଏହି ଟ୍ରେନ୍‌। ବରିଷ୍ଠ ନାଗରିକଙ୍କ ପାଇଁ ହୋଇଥିବା ଏହି ସ୍ୱତନ୍ତ୍ର ଟ୍ରେନ୍‌କୁ ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଟ୍ରେନ୍‌ରେ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ପାଖାପାଖି ୯୫୭ ଜଣ ବରିଷ୍ଠ  ନାଗରିକ ଯାତ୍ରା କରିଛନ୍ତି। ପୂର୍ବରୁ ୨୦୧୬ ମସିହାରେ ତୀର୍ଥଯାତ୍ରୀ ଟ୍ରେନ୍‌ ଯାତ୍ରା କରିଥିଲା। ଆଜି ଯାତ୍ରା ଆରମ୍ଭ କରିଥିବା ଟ୍ରେନ୍‌ ଆନ୍ଧ୍ରପ୍ରଦେଶର ତିରୁପତି ଏବଂ ଭେଲୋରକୁ ଯାତ୍ରା କରିଛି। ତୀର୍ଥଯାତ୍ରୀଙ୍କ ଖର୍ଚ୍ଚ ସରକାର ବହନ କରୁଛନ୍ତି।

ନଭେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ କରିଥିଲେ। ଭୁବନେ୍ଶ୍ୱର ରେଳ ଷ୍ଟେସନରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ୧୦୨୪ ଜଣ ଯାତ୍ରୀ ପ୍ରଥମ ପର୍ଯ୍ୟାୟରେ ସାମିଲ୍‌ ହୋଇଥିଲେ। ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ଟ୍ରେନ୍‌ରେ ଚଢ଼ିଥିଲେ। ବରିଷ୍ଠ ନାଗରିକଙ୍କ ପାଖରେ ବସି କଥା ହୋଇଥିଲେ। ଏହାସହ ସେମାନଙ୍କ ଯାତ୍ରା ପାଇଁ ଶୁଭ ମନାସୀ ଥିଲେ।

୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩୦୦୦ ବରିଷ୍ଠ ନାଗରିକ ମଦୁରାଇ, ରାମେଶ୍ୱରମ୍, ଆହ୍ଲାବାଦ, ବାରଣାସୀ, ଋଷିକେଷ ଏବଂ ହରିଦ୍ୱାର ଯାତ୍ରା କରିଥିଲେ।

Comment