ଓଡ଼ିଶାଲାଇଭ୍‍ ବ୍ୟୁରୋ

ଆସନ୍ତା ୩୧ ତାରିଖରେ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ୧୫୦ ବର୍ଷ ପରେ ପ୍ରଥମ ଥର ପାଇଁ ଏଭଳି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି ସମୟରେ ଚନ୍ଦ୍ରର ରଙ୍ଗ ନୀଳ ଦେଖାଯିବ। ୨୦୧୮ ମସିହାର ଏହା ପ୍ରଥମ ଚନ୍ଦ୍ରଗ୍ରହଣ।

ଭାରତୀୟ ଉପମହାଦେଶ, ମଧ୍ୟ ପ୍ରାଚ୍ୟ ଓ ପୂର୍ବ ୟୁରୋପରେ ପୂର୍ଣ୍ଣ ଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଏହି ସମୟରେ ପ୍ରଶାନ୍ତ ମହାସାଗରର ଜଳରାଶି ଚନ୍ଦ୍ରଆଡକୁ ଆକର୍ଷିତ ହୋଇ ଫୁଲି ଉଠିବ ବୋଲି  ବୈଜ୍ଞାନିକମାନେ ଆକଳନ କରିଛନ୍ତି। କେନ୍ଦ୍ରୀୟ ଓ ପୂର୍ବ ଏସିଆ, ଇଣ୍ଡୋନେସିଆ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ଅଧିକାଂଶ  ଭାଗର ଲୋକମାନେ ସନ୍ଧ୍ୟା ଆକାଶରେ ଖାଲି ଆଖିରେ ଏହି ବିରଳ ଦୃଶ୍ୟ ଦେଖିପାରିବେ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି।

ଆଲାସ୍କା, ହାୱାଇ ଓ କାନାଡାର ଉତ୍ତର-ପଶ୍ଚିମ ଭାଗର ଲୋକେ ଏହି ବିରଳ ଚନ୍ଦ୍ରଗ୍ରହଣକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବାର ସୁଯୋଗ ପାଇବେ। କିନ୍ତୁ ଉତ୍ତର ଓ କେନ୍ଦ୍ର ଆମେରିକାର ଲୋକେ ଗ୍ରହଣ ଶେଷ ବେଳର ଦୃଶ୍ୟ ଦେଖିପାରିବେ। ୨୦୧୮ ପରେ ୨୦୨୮ ଡିସେମ୍ବର ୩୧ରେ ନୀଳ ଚନ୍ଦ୍ରଗ୍ରହଣ ହେବ। ସେହିପରି ୨୦୩୭ ଜାନୁୟାରି ୩୧ ତାରିଖରେ ଏହି ବିରଳ ଦୃଶ୍ୟ ମହାକାଶରେ ଦେଖିବାକୁ ମିଳିବ।

Comment