ଓଡ଼ିଶାଲାଇଭ୍‍ ବ୍ୟୁରୋ

ପାପନାଶିନୀ ପବିତ୍ର ଗଙ୍ଗା ନଦୀର ଆହ୍ଲାବାଦ ଘାଟରେ ବର୍ଷ ବର୍ଷ ଧରି ହେଉଛି ଗଙ୍ଗା ଆଳତି। ଉତ୍ସବମୁଖର ହୋଇଉଠୁଛି ଗଙ୍ଗା ନଦୀର ଏହି ଘାଟ। ଶହ ଶହ ଶ୍ରଦ୍ଧାଳୁ ଅପେକ୍ଷା କରୁଛନ୍ତି ସନ୍ଧ୍ୟାସମୟକୁ। ଗଙ୍ଗା ଢାଞ୍ଚା ଏବେ ଦେଖିବାକୁ ମିଳିବ ପୁରୀ ମହୋଦଧି ତଟରେ। ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ହେବ ସମୁଦ୍ର ଆଳତି।

ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ହେବ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ସୁସଜ୍ଜିତ ସାତଟି ମଣ୍ଡପରେ ସାତଜଣ ସାଧୁ ଆକର୍ଷଣୀୟ ଢଙ୍ଗରେ ବରୁଣଦେବଙ୍କୁ କରିବେ ଆଳତି। ଶଙ୍ଖ, ଘଣ୍ଟ ଧ୍ୱନିରେ ଫାଟିପଡ଼ିବ ସମୁଦ୍ର ତଟ। ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରି ସୃଷ୍ଟିକରିବେ ଆଧ୍ୟାତ୍ମିକ ପରିବେଶ। ଏଭଳି ଏକ ବ୍ୟୟବହୁଳ କାର୍ଯ୍ୟକ୍ରମ ପରିଚାଳନା କରିବା ଗୋବର୍ଦ୍ଧନ ମଠ ପାଇଁ ଅସମ୍ଭବ ନିଶ୍ଚୟ। କିନ୍ତୁ ଏଥିପାଇଁ ସହଯୋଗର ହାତ ବଢ଼ାଇଛି ପୁରୀ ଜିଲ୍ଳା ପ୍ରଶାସନ।

LEAVE A REPLY

Please enter your comment!
Please enter your name here