ଓଡ଼ିଶାଲାଇଭ୍‍ ବ୍ୟୁରୋ

ଜଳବାୟୁର ପରିବର୍ତ୍ତନ ଯୋଗୁଁ ପୃଥିବୀ ପୃଷ୍ଠରୁ ଲୋପ ପାଉଛି ପ୍ରାଣୀଜଗତ। ଏହି କ୍ରମରେ ଧୀରେ ଧୀରେ କୋକୋଆ ଗଛ ମରିବାରେ ଲାଗିଛି। ପରିସ୍ଥିତିରେ ସୁଧାର ନ ଆସିଲେ ଏହି ଗଛ ଆଗାମୀ ୩୦ ବର୍ଷ ମଧ୍ୟରେ ପୃଥିବୀ ପୃଷ୍ଠରୁ ଲୋପ ପାଇଯିବ।

ଦିନସାରା ପ୍ରବଳ ଖରା ଓ ସନ୍ଧ୍ୟାରେ ପ୍ରବଳ ବର୍ଷା ହେଉଥିବା ଅଞ୍ଚଳରେ କୋକୋଆ ଗଛ ବଞ୍ଚି ରହିଥାଏ। ମାତ୍ର ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏହି ଗଛ ଆଉ ବଞ୍ଚିବା ସମ୍ଭବ ହେଉନାହିଁ। ଚକୋଲେଟ୍ ପ୍ରସ୍ତୁତିରେ କୋକାଆ ଫଳ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଗଛ ମରିଯିବା ପରେ ଏହି ଫଳର ମଧ୍ୟ ସଙ୍କଟ ସୃଷ୍ଟି ହେବ। ୨୦୪୦ ମସିହା ବେଳକୁ ପୃଥିବୀରେ ଆଉ ଚକୋଲେଟ୍ ଦେଖିବାକୁ ମିଳିବ ନାହିଁ। ଦୁଷ୍ପ୍ରାପ୍ୟ ହେବ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ।

Comment