ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀ ଜଗନ୍ନାଥ ଓ ଗଜପତି ପରମ୍ପରା ଉଲ୍ଲଙ୍ଘନ କରି କିଟ୍ ପ୍ରତିଷ୍ଠାତା ଡକ୍ଟର  ଅଚ୍ୟୁତ ସାମନ୍ତଙ୍କ ପୁଷ୍ୟାଭିଷେକକୁ ବିରୋଧ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ସିଂହଦ୍ୱାର ସମ୍ମୁଖରେ କେତେକ ସଂଗଠନ ପ୍ରତିବାଦ କରିଥିବା ବେଳେ ଶନିବାର ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି।

ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି ଯେ, ଦେବତା ଓ ରାଜାଙ୍କର ଅଭିଷେକ ନୀତି ହୋଇଥାଏ । ରାଜା ପରମ୍ପରା ଲୋପ ପରେ ଏବେ କେବଳ ପୁରୀ ଗଜପତି ରାଜାଙ୍କର ପୁଷ୍ୟାଭିଷେକ ହେଉଛି । କିନ୍ତୁ କିଟ୍  ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜା ନୁହଁନ୍ତି । ଏହା ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରା ଓ ପ୍ରଚଳନ ପ୍ରତି ଆଘାତ।

ଶ୍ରୀ ସାମନ୍ତ ପୁରୀ ଆସି ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ଓ ଶ୍ରୀ ନଅର ଯାଇ ଗଜପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ । ଯଦି ନକରିବେ ତେବେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ମୁକ୍ତିମଣ୍ଡପାସିନ ବ୍ରାହ୍ମଣ ଦୁର୍ଗାପ୍ରସାଦ ମହାପାତ୍ର ଓ ହରିହର ରଥ କହିଛନ୍ତି।

ଏନେଇ ଆଇନୀବୀ ଚିନ୍ମୟ ଦାସ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି। ଏତଲାରେ ଦର୍ଶାଇଛନ୍ତି ଯେ, ସେ ନିଜକୁ ଗଜପତି ଭାବି ଅଭିଷେକ କରିବା ସହ ନୂତନ ଅଙ୍କ ପ୍ରଚଳନ କରିଛନ୍ତି । ଯାହାକି ଲକ୍ଷ ଲକ୍ଷ ଓଡ଼ିଆଙ୍କ ଭାବାବେଗ ପ୍ରତି ଅସମ୍ମାନ ସୂଚକ।

LEAVE A REPLY

Please enter your comment!
Please enter your name here