ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ବୁଧବାର କରିବ ଓଡ଼ିଶା ବନ୍ଦ।

  • ବୁଧବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ
  • ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ଡାକରା
  • କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାର ପ୍ରତିବାଦ
  • ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ
  • ବିଜେପିର ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଜୋର୍ ଧରିଛି ରାଜ୍ୟ ରାଜନୀତି। ବିଜେପି ସାରା ରାଜ୍ୟରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ବୁଧବାର ଓଡ଼ିଶା ବନ୍ଦ ଡାକରା ଦେଇଛି।

କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ବୁଧବାର କରିବ ଓଡ଼ିଶା ବନ୍ଦ। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖ, ଚକ ବନ୍ଦ ରହିବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଛନ୍ତି। ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସାଦ ଦାବି କରିଛନ୍ତି।

କୁନ୍ଦୁଲି ପୀଡ଼ିତା ମଙ୍ଗଳବାର ଅପରାହ୍ଣରେ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ତେଜିଛି ରାଜ୍ୟ ରାଜନୀତି। ବିଜେପି ମଙ୍ଗଳବାର ସନ୍ଧ୍ୟାରୁ ପ୍ରତିବାଦ ଆରମ୍ଭ କରିଛି।

କଂଗ୍ରେସ ପୀଡ଼ିତାଙ୍କ ଶବକୁ ରାସ୍ତାରେ ରଖି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି। ପିସିସି ସଭାପତି ଶ୍ରୀ ହରିଚନ୍ଦନଙ୍କ ନେତୃତ୍ବରେ କଂଗ୍ରେସର ଏକ ଟିମ୍‌ କୋରାପୁଟ ଗସ୍ତ କରିଛନ୍ତି।

ବିଜେପି ବି ବୁଧବାର ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା ଦେଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କୋରାପୁଟ ବନ୍ଦ କରିବାକୁ ସାମ୍ବାଦିକ ସମ୍ମିଳନୀରେ ବିଜେପି ସୂଚନା ଦେଇଛି। ଚକଅଖ, ଦୋକାନବଜାର, ସ୍କୁଲ, କଲେଜ ଓ ସରକାରୀ ଅଫିସ୍ ବନ୍ଦ ରହିବ ବୋଲି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି।

Comment